ରଜ ପ୍ରଶ୍ନ ନେଇ ଟ୍ରୋଲ ହେବା ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ଅଭିନେତା ସମ୍ବିତ: କହିଲେ, ଏମିତି କଥା…

1,241

କନକ ବ୍ୟୁରୋ: ସମ୍ବିତ ଆଚାର୍ଯ୍ୟ । ଓଲିଉଡର ଏହି ହିରୋ ଏବେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲର ଶୀକାର ହେଉଛନ୍ତି । କାରଣ କୌଣସି ପ୍ରତିଯୋଗିତାରେ ସେ ଯେତେବେଳେ ଜଜ୍ ବନନ୍ତି, ସମସ୍ତଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରଶ୍ନ ପଚାରନ୍ତି ଓ ପ୍ରତିଯୋଗୀଙ୍କୁ ଅପମାନ ଦିଅନ୍ତି ବୋଲି ଅଭିଯୋଗ ହୋଇଥାଏ । ଘରୋଇ ଚ୍ୟାନେଲର ରିୟଲିଟି ସୋରେ ସେ ପଚାରନ୍ତି ଚକୁଳିର କେତୋଟି କଣା ? କଟକର ନାଁ କଟକ କାହିଁକି ? ବାରବାଟୀର ମୁଣ୍ଡି କିଏ ମାରିଥିଲା ? ସମୁଦ୍ର ମଝିରେ କ’ଣ ଅଛି ? ଏମିତି ଅଖାଡ଼ୁଆ ପ୍ରଶ୍ନ ପଚାରନ୍ତି । ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆର ସମାଲୋଚନା କରାଯାଉଛି । ସମ୍ବିତ ଏନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ପଚାରିଥିବା ପ୍ରଶ୍ନ ଗୁଡ଼ିକ ତାଙ୍କ ନିଜର ନୁହେଁ, ବରଂ ଏସବୁ ପ୍ରଶ୍ନ ସ୍କ୍ରିପଟେଡ୍ ଅର୍ଥାତ୍ ପ୍ରଶ୍ନ ଗୁଡ଼ିକ ଆଗରୁ ଲେଖାଯାଇଥାଏ ଓ ବିଚାରପତି ଭାବେ ତାଙ୍କୁ ପଚାରିବାକୁ ହୋଇଥାଏ । ଏହି ସବୁ ପ୍ରଶ୍ନକୁ ନେଇ ଟ୍ରୋଲ ହେବା ପରେ ବିଚାରପତି ଭାବେ ଆଉ ତାଙ୍କୁ ଦେଖିବାକୁ ମିଳି ନାହିଁ । ଏବେ ରଜ ବଜାରରେ ତାଙ୍କ ଫିଲ୍ମ “ବିଶ୍ୱନାଥ‘ ରିଲିଜ୍ ହୋଇଛି ।