ଦିନକ ପରେ ସ୍ୱାଧୀନତା ଦିବସ । ପରେଡ୍ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତି ଶେଷ

74

କନକ ବ୍ୟୁରୋ: ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଆଜି ରାଜ୍ୟସ୍ତରୀୟ ପରେଡ୍ ପାଇଁ ଫୁଲ୍ ଡ୍ରେସ୍ ରିହରର୍ସାଲ କରାଯାଇଛି । ପୋଲିସ ଡିଜିଙ୍କ ଉପସ୍ଥିତିରେ ଫୁଲ୍ ଡ୍ରେସ୍ ରିହରର୍ସାଲ ହୋଇଛି । ପରେଡ୍ରେ ୩ଟି କଂଟିନ୍ଜେଂଟ ଭାଗ ନେଇଥିଲେ । ଏହା ସହ ବ୍ରାସ୍ ବ୍ୟାଣ୍ଡ ମଧ୍ୟ ପରେଡ୍ରେ ସାମିଲ ହୋଇଥିଲେ । ଚଳିତ ଥର ପରେଡ୍ର ନେତୃତ୍ୱ ନେବେ କେସିଙ୍ଗା ଏସ୍ଡିପିଓ ଅଭିନବ ଶୋନକର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତୋଳନ କରିବେ ।

କରୋନା କଟକଣା କାରଣରୁ ଛାତ୍ରଛାତ୍ରୀ ପରେଡ୍ରେ ଭାଗ ନେବେ ନାହିଁ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କରାଯିବ । ଆଇନଶୃଙ୍ଖଳାକୁ ନଜରରେ ରଖି ପରେଡ୍ ଗ୍ରାଉଣ୍ଡରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ୧୦୦ରୁ ଅଧିକ ବଛା ବଛା ଅଫିସର ନିୟୋଜିତ ହେବେ । ଏହା ସହ ସାଧା ପୋଷାକଧାରୀ, ରୂଫ୍ ଟପ୍ ସିକ୍ୟୁରିଟି, ବମ୍ ଓ ଡଗ୍ ସ୍କ୍ୱାର୍ଡ ନିୟୋଜିତ ହେବେ ।