ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟାକୁ ନେଇ ତେଜିଲା ରାଜନୀତି: ବିଧାନସଭାରେ ପ୍ରସଙ୍ଗ ଉଠାଇବେ ବିରୋଧୀ

137

କନକ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ତେଜିଲା ରାଜନୀତି । ବିଧାନସଭାରେ ଉଠିବ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ପ୍ରସଙ୍ଗ । ବିରୋଧୀ ଏହି ପ୍ରସଙ୍ଗ ଉଠାଇବେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ବିଜେବି ସମେତ ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ରାଗିଂ ହେଉଛି । ହେଲେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ତେଣୁ ଏପରି ଘଟଣାର ପୁନରାବୃତି ହେଉଛି । ଏ ଦିଗରେ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୋହନ ମାଝୀ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ରୁଚିକା ଆଇଏଏସ ହେବାକୁ ଚାହୁଁଥିଲେ । ହେଲେ ଏମିତି କଣ ନିର୍ଯାତନା ଦିଆଗଲା ଯେଉଁଥିପାଇଁ ସେ ଆତ୍ମହତ୍ୟା କଲେ । ଏହାର ଅନୁସନ୍ଧାନ ହୋଇ କୋଠର କାର୍ଯ୍ୟାନୁଷ୍ଠାନ ହେବା ଦରକାର । ସେପଟେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୋଶିଆଲ ମିଡିଆରେ ପ୍ରତିକ୍ରିୟା କହିଛନ୍ତି, ତଦନ୍ତ ରିପୋର୍ଟ ହସ୍ତଗତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।