ଟ୍ରେନ ଭିତରେ ସ୍କୁଲ ପିଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ପିଲାମାନଙ୍କ ସହ କଲେ ଆଲୋଚନା

168

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଲ ଗସ୍ତରେ ଯାଇ ଦେଶର ୧୧ତମ ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି । ଭୋପାଲର ରାନୀକମଲାପତି ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହା ମଧ୍ୟପ୍ରଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହ୍ୱାନ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅନ୍ୟ ଅଧିକାର ଉପସ୍ଥିତ ଥିଲେ । ଟ୍ରେନର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ପ୍ରଥମେ ନିକଟରେ ଇନ୍ଦୋରରେ ହୋଇଥିବା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ ମୋଦି ଟ୍ରେନ ଶୁଭାରମ୍ଭ କରିବା ପରେ ଟ୍ରେନ ଭିତରେ ସ୍କୁଲ ପିଲାମାନଙ୍କୁ ଭେଟିଛନ୍ତି । ତାଙ୍କ ସହ ବିଭିନ୍ନ ବିଷୟରେ କଥାବାର୍ତା ହୋଇଛନ୍ତି । ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ସହ କଥାହୋଇ ଖୁବ ଖୁସି ଅଛନ୍ତି । ସ୍କୁଲ ପିଲାଙ୍କ ସହ ଭେଟିବା ବ୍ୟତୀତ ଟ୍ରେନ କର୍ମଚାରୀଙ୍କୁ ମଧ୍ୟ ଭେଟି ବାର୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ।