ଇରାନରେ ହିଜାବକୁ ନେଇ କଡାକଡି ହେଲା ନିୟମ । ହିଜାବ ନପିନ୍ଧିଲେ ଜରିମାନା ସହ ଜେଲଦଣ୍ଡ

150

କନକ ବ୍ୟୁରୋ : ଇରାନରେ ହିଜାବକୁ ନେଇ କଡ଼ାକଡ଼ି ହେଲା ନିୟମ । ହିଜାବ ନପିନ୍ଧିଲେ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦୋଷୀ ପ୍ରମାଣିତ ହେଲେ ମହିଳାଙ୍କ ପାସପୋର୍ଟ ଜବତ କରାଯିବ । ଇରାନ ସଂସଦ ଡ୍ରେସକୋର୍ଡକୁ ନେଇ ଏକ ନୂଆ ନିୟମ ଆଣିଛନ୍ତି । ହିଜାବ ଡ୍ରେସକୋର୍ଡରୁ ଅଣଦେଖା କଲେ ଇଂଟରନେଟ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯିବ । ସେପଟେ ଡ୍ରେସକୋର୍ଡକୁ ବିରୋଧ କଲେ ବିନା ଦାୟାରେ ମାମଲା ରୁଜୁ କରାଯିବ ଓ ମହିଳାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଇରାନ କୋର୍ଟର ମୁଖ୍ୟ ବିଚାରପତି । ଏଥିସହ ସେ କହିଛନ୍ତି ନିୟମ ଉଲ୍ଲଂଘନକୁ ଅପରାଧ ହିସାବରେ ଗ୍ରହଣ କରାଯିବ । ଗତ ୬ମାସ ହେବ ହିଜାବକୁ ନେଇ ଉଠୁୁଛି ପଡୁଛି ଇରାନ । ପୁଲିସ ହାଜତରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବା ପରେ ଦେଶରେ ହିଜାବ ପିିନ୍ଧିବାକୁ ବିରୋଧ କରି ବଡ ଧରଣର ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆରେ ବୟକଟ ହିଜାବ ମଧ୍ୟ ଟ୍ରେଣ୍ଡ କରିଥିଲା । ବିରୋଧ ପ୍ରଦର୍ଶନ ସମୟରେ ଅନେକଙ୍କ ଜୀବନ ମଧ୍ୟ ଯାଇଥିଲା । ଇସଲାମ ନାଁରେ ଇରାନରେ କଠୋରପନ୍ଥି ନିୟମ ଲାଗୁ କରାଯାଇଥିବା ଅଭିଯୋଗ କରି ବ୍ୟାପକ ପ୍ରଦର୍ଶନ କରିଥିଲେ ମହିଳା ।