ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଲ୍ ଗେଟ୍ସଙ୍କ ସାକ୍ଷାତକାର । ଜାଣନ୍ତୁ ଦୁହିଁଙ୍କ ମଧ୍ୟରେ କ’ଣ ହେଲା ଆଲୋଚନା…

117

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତନ, ଏଆଇ, ଡିଜିଟାଲ ପେମେଣ୍ଟ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଓ ବିଲ୍ ଗେଟ୍ସ ।

ଶିକ୍ଷା ସମ୍ପର୍କିତ ବିଷୟ ଉପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ଦ୍ରୁତ ଗତିରେ ଏଆଇର ଗୁରୁତ୍ୱ ବଢି ଚାଲିଛି । ସର୍ବଶ୍ରେଷ୍ଠ ଶିକ୍ଷାଦାନ ଉପରେ କାମ ଚାଲିଛି । କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଳବ ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଏବେ ଗାଁରେ ଡିଜିଟାଲ ସୁବିଧା ପହଞ୍ଚିଛି । କରୋନା ସମୟରେ ଲୋକଙ୍କ ସହଯୋଗ ମିଳିଛି । ସର୍ଭାଇକାଲ କ୍ୟାନସରକୁ ନେଇ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । ସର୍ଭାଇକାଲ କ୍ୟାନସର ପାଇଁ ଟିକା ଉପରେ ଗୁରୁତ୍ୱ ଦିଆଯାଉଛି । ସକାଳୁ ଶୀଘ୍ର ଉଠିବା ଓ କାମ କରିବାକୁ ତାଙ୍କୁ ଭଲ ଲାଗେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।