ଜମ୍ମୁ ଶ୍ରୀନଗର ରାମବନ ଘାଟିରେ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍ । ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ସୂଚନା ।

212

କନକ ବ୍ୟୁରୋ: ଜମ୍ମୁ ଶ୍ରୀନଗର ରାମବନ ହାଇୱେରେ ଘାଟିକୁ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍ । ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାର୍ଯ୍ୟରେ ପୁଲିସ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି । କିସ୍ତୱାଡ ଜିଲ୍ଲାର ରାମବନର ବ୍ୟାଟେରୀ ଚସମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିବାରକୁ ୫୦ ହଜାର ଓ ଆହତଙ୍କୁ ୧୦ହଜାର ଟଙ୍କାର ସହାୟତା ଘୋଷଣା କରିଛି କିସ୍ତୱାଡ ଜିଲ୍ଲା ପ୍ରଶାସନ ।