ନୀତିଶ କୁମାରଙ୍କୁ ବିହାର ହାଇକୋର୍ଟଙ୍କ ଝଟକା । ଜାତିଭିତିକ ସର୍ଭେ ବନ୍ଦ ରଖିବାକୁ ଦେଲେ ନିର୍ଦ୍ଦେଶ ପଟନା ହାଇକୋର୍ଟ

371

କନକ ବ୍ୟୁରୋ : ନୀତିଶ କୁମାରଙ୍କୁ ହାଇକୋର୍ଟଙ୍କ ଝଟକା । ଜାତିଭିତିକ ସର୍ଭେ ବନ୍ଦ ରଖିବାକୁ ନିର୍ଦ୍ଦେଶ । ପ୍ରଥମ ରାଜ୍ୟ ଭାବେ ବିହାରେ ଜାତିଭିତିକ ଗଣନା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର  । ଯାହା ଉପରେ ରୋକ ଲଗାଇଛନ୍ତି ପାଟଣା ହାଇକୋର୍ଟ । ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ ଏହି ସର୍ଭେର ତଥ୍ୟ ଯେପିରି ପ୍ରଘଟ ନହୁଏ ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ନୀତିଶ ସରକାରଙ୍କ ଏଭଳି ନିଷ୍ପତିକୁ ହାଇକୋର୍ଟ ସମାଲୋଚନା କରିବା ସହ ଘରକୁ ଘର ସର୍ଭେ କରିବାର ଅଧିକାର ରାଜ୍ୟ ସରକାରଙ୍କର ଅଛି । ଗନଗଣନା ଏବଂ ସର୍ଭେ କରିବାର କେବଳ କେନ୍ଦ୍ର ସରକାରଙ୍କର ଅଛି ବୋଲି କହିଛନ୍ତି କୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ନିତିଶ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି । ବିହାରରେ ପ୍ରଥମ ପର୍ଯ୍ୟୟ ଜାତିଭିତିକ ସର୍ଭେ ଜାନୁଆରୀ ୭ରୁ ୨୧ ତାରିଖ ମଧ୍ୟରେ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ କୋର୍ଟ ଏହା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।