ଭାରତରେ ପାକିସ୍ତାନ ବିଦେଶୀମନ୍ତ୍ରୀ ବିଲାୱଲ ଭୁଟୋ, ଗୋଆରେ ଆୟୋଜିତ ସାଂଘାଇ କରପୋରେରସନ ବୈଠକରେ ସାମିଲ

454

କନକ ବ୍ୟୁରୋ : ୧୨ବର୍ଷ ପରେ ଭାରତରେ ପହଁଚିଲେ ପାକିସ୍ତାନ ବିଦେଶମନ୍ତ୍ରୀ ବିଲାୱଲ ଭୁଟୋ । ଗୋଆରେ ଚାଲିଥିବା ସାଂଘାଇ କୋପରେସନ ବୈଠକରେ ଯୋଗ ଦେଇଛନ୍ତି ବିଲାୱଲ । ବିଲାୱଲଙ୍କ ଭାରତ ଗସ୍ତ ବହୁ ଦିଗରୁ ଗୁରୁତ୍ୱ ବହନ କରୁଛି । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚାଲିଥିବାବେଳେ ଭୁଟୋଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ କି ପ୍ରଭାବ ପକାଉଛି ତା ଉପରେ ସମସ୍ତଙ୍କ ନଜର ରହିବ । ପାକିସ୍ତାନ କହିଛି ଏସସିଓ ବୈଠକରେ ପାକିସ୍ତାନ ଯୋଗ ଦେବା ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦୁଇ ଦେଶ ମଧ୍ୟରେ ଶାନ୍ତି. ସ୍ଥିରତା ରଖିବା । ଏସସିଓ ପ୍ରତି ପାକିସ୍ତାନ ପ୍ରତିବଦ୍ଧ ରହିଛି । ୧୨ବର୍ଷ ପୂର୍ବରୁ ୨୦୧୧ ମସିହାରେ ପାକର ପୂର୍ବତନ ବୈଦେଶିକମନ୍ତ୍ରୀ ହିନା ରବାନୀ ଭାରତ ଆସିଥିଲେ । ସେପଟେ ଚୀନ ବୈଦେଶିକମନ୍ତ୍ରୀ କିନ ଗେଙ୍ଗ,ରୁଷ ବିଦେଶମନ୍ତ୍ରୀ ସର୍ଗେଇ ଲାବରୋବ ବୈଠକରେ ପହଁଚି ଭାରତର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି ।