ଜିମ୍ବାୱେଠୁ ୧ ରନରେ ହାରିଲା ପାକିସ୍ତାନ: ବିଶ୍ୱକପରେ ପାକିସ୍ତାନର ଲଗାତାର ଦ୍ୱିତୀୟ ପରାଜୟ

579

କନକ ବ୍ୟୁରୋ: ଚଳିତ ବିଶ୍ବକପ କ୍ରିକେଟରେ ଆଉ ଏକ ବଡ଼ ଓଲଟ ପାଲଟ ହୋଇଛି । ଗୁରୁବାର ପର୍ଥଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଶକ୍ତିଶାଳୀ ପାକିସ୍ତାନ ଦଳ ଜିମ୍ବାଓ୍ବେଠାରୁ ୧ ରନରେ ହାରିଯାଇଛି ।

ଚଳିତ ବିଶ୍ବକପରେ ଏହା ହେଉଛି ପାକିସ୍ତାନର ୨ୟ ପରାଜୟ । ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତଠାରୁ ହାରିଯାଇଥିଲା । ଲଗାତାର ୨ଟି ପରାଜୟ ପରେ ପାକିସ୍ତାନ ପାଇଁ ଆଗକୁ ବଢିବା କଷ୍ଟକର ହୋଇପଡ଼ିଛି ।

ଏହି ମ୍ୟାଚରେ ଜିମ୍ବାଓ୍ବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୦ ରନ କରିଥିଲା । ଦଳ ପକ୍ଷରୁ ସିନ ଓ୍ବିଲିୟମସନ ସର୍ବାଧିକ ୩୧ରନ କରିଥିଲେ ।

୧୩୧ରନ ର ଏକ ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ପାକିସ୍ତାନ ଆରମ୍ଭରୁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ତାରକା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଓ ବାବର ଆଜମ ଯଥାକ୍ରମେ ୧୪ ଓ ୪ ରନ କରି ଆଉଟ ହୋଇଥିଲେ । ତେବେ ସାନ ମାସୁଦ ଲଢୁଆ ବ୍ୟାଟିଂ କରି ୪୪ ରନ କରିଥିଲେ । ମାତ୍ର ଦଳର ମଧ୍ୟଭାଗ ପୁଣି ବିଫଳ ହୋଇଥିଲେ । ମହମ୍ମଦ ନଓ୍ବାଜ (୨୨ ରନ )ଙ୍କ ବ୍ୟତିତ ଅନ୍ୟମାନେ ବିଫଳ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୧୨୯ ରନ ହିଁ କରିପାରିଥିଲା ।