ଡିଜିଟାଲ ଓଡିଶାର କରୁଣ କାହାଣୀ: ଗଛରେ ବାନ୍ଧିଲେ ଆସୁଛି ନେଟୱର୍କ, ଲୋକଙ୍କୁ ମିଳୁଛି ରାସନ ସାମଗ୍ରୀ

87

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସାମଖେମୁଣ୍ଡି ବ୍ଲକ ଟି-ଗୋବିନ୍ଦପୁର ପଂଚାୟତ । ଦେଶ ବର୍ତମାନ ଡିଜିଟାଲ ଇଣ୍ଡିଆ ଆଡକୁ ଯାଉଥିବାବେଳେ ଏହି ପଂଚାୟତର ଲୋକେ ମୋବାଇଲ ନେଟୱର୍କ ପାଇଁ କରୁଛନ୍ତି ସଂଘର୍ଷ ।  କାରଣ ହେଲା, ଏଏମଏସ ଦ୍ୱାରା ଆସୁଥିବା ସରକାରଙ୍କ ବିଭିନ୍ନ ଯୋଜନାର  ସୂଚନା  ଏମାନଙ୍କୁ ମିଳୁପାରୁନାହିଁ । ଦେଖନ୍ତୁ ଏହି ଦୃଶ୍ୟକୁ ନେଟୱର୍କ ସମସ୍ୟା ଯୋଗୁଁ  ଯୋଗାଣ ସହାୟକ ପଂଚାୟତ ଅଫିସ ଆଗ ରାଜପଥ କଡରେ  ଏକ ଗଛରେ ମୋବାଇଲକୁ ବାନ୍ଧି ହଟସ୍ପଟ ଲଗାଇ ରାସନ ଦେଉଛନ୍ତି । ଆଉ ହିତାଧିକାରୀ  ରାସ୍ତା କଡରେ ବସି ପ୍ରିଙ୍ଗରପ୍ରିଂଟ ଦେଇ ରାସନ ନେଉଛନ୍ତି ।

ଦିଗପହଣ୍ଡିର ଟି ଗୋବିନ୍ଦପୁର ପଂଚାୟତ ଅନେକ ଗାଁ ଜଙ୍ଗଲ ଅଧ୍ୟୁଷିତ । ଏଠାକାର ଲେକେ ପ୍ରାୟତଃ ଦିନମଜୁରିଆ ।  ସେମାନଙ୍କ ଜବକାର୍ଡ ରହିଛି । କିନ୍ତୁ ନେଟୱର୍କ ନଥିବାରୁ ମଜୁରୀ ଟଙ୍କା ଆସିଲା ନା ନାହିଁ ସେମାନେ ଜାଣିପାରୁପାରୁନାହାନ୍ତି । ତେଣୁ  ସେମାନଙ୍କୁ ୧୮ରୁ ୨୦ କିଲୋମିଟର ନିକଟସ୍ଥ ପୋଡାମାରୀ ବ୍ୟାଙ୍କକୁ ଯିବାକୁ ପଡୁଛି ।

ସରକାର ପ୍ରତ୍ୟେକ ବ୍ୟବସ୍ଥାକୁ ଅନଲାଇନ ମାଧ୍ୟମରେ  ଲୋକଙ୍କ ନିକଟରେ ପଂହଚାଇବାକୁ ଚାହିଁଛନ୍ତି ।  କିନ୍ତୁ ନେଟୱର୍କ ନଥିବାରୁ  ଏହି ଅଂଚଳର ଲୋକେ ଆମ୍ବୁଲାନ୍ସ, ପୁଲିସକୁ ଯୋଗାଯୋଗ କରିପାରୁନାହାନ୍ତି ।  ଗୋବିନ୍ଦପୁରଠାରେ ମୋବାଇଲ ନେଟୱର୍କ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଓ ମନ୍ତ୍ରୀଙ୍କୁ  ଦାବିପତ୍ର ଦେଇଛନ୍ତି ।  କିନ୍ତୁ କିଛି ପଦକ୍ଷେପ ନିଆଯାଇନାହିଁ । ଆଉ ଡିଜିଟାଲ ଇଣ୍ଡିଆ ପ୍ରତି ଏହା ଉପହାସ ହୋଇଛି ।