‘ପ୍ୟାଡମ୍ୟାନ’ ସିନେମାର ପ୍ରଭାବ ! ସିନେମା ଦେଖିବାକୁ ଆସିଥିବା ମହିଳା ପାଇଲେ ‘ସାନିଟାରୀ ନାପକିନ୍’

36

କନକ ବ୍ୟୁରୋ: ପ୍ୟାଡ ମ୍ୟାନ୍ ସିନେମାର ପ୍ରଭାବ । ସିନେମା ଦେଖିବାକୁ ଆସିଥିବା ମହିଳା ପାଇଲେ ‘ସାନିଟାରୀ ନାପକିନ୍’ । ବ୍ରହ୍ମପୁରରେ ନାପକିନ୍ ବ୍ୟବହାର କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏଭଳି ଉଦ୍ୟମ କରିଛି ଭିଏଲଇ ସୋସାଇଟି । ସଚେତନତା ଅଭାବରୁ ଦେଶରେ ଅଧିକାଂଶ ମହିଳା ନାପକିନ୍ ବ୍ୟବହାର ନକରି ଚର୍ମ କର୍କଟ ରୋଗରେ ଆକ୍ରାନ୍ତ ହେବାର ନଜିର ରହିଛି । ଏହାକୁ ନଜରରେ ରଖି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମି ପ୍ୟାଡ୍ ମ୍ୟାନରେ ନାପକିନ ବ୍ୟବହାର ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି ।

ସାରା ଦେଶରେ ଏହି ଫିଲ୍ମି ରିଲିଜ ହୋଇଥିବା ବେଳେ ଫିଲ୍ମି ଭଳି ବ୍ରହ୍ମପୁରରେ ମଧ୍ୟ ନାପକିନ ବ୍ୟବହାରକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ପ୍ୟାଡ୍ ମ୍ୟାନ ଫିଲ୍ମି ଦେଖିବାକୁ ଆସିଥିବା ମହିଳାଙ୍କୁ ମାଗଣାରେ ନାପକିନ୍ ବାଂଟିଥିଲେ ସରକାରଙ୍କ ଜନ ସେବା କେନ୍ଦ୍ର ଦ୍ୱାରା ପରିଚାଳିତ ଗଂଜାମ ଜିଲ୍ଲା ଭିଏଲଇ ସୋସାଇଟି ସଦସ୍ୟ । ପ୍ଲା-କାର୍ଡ ଧରି ଲୋକଙ୍କୁ ସାନିଟାରୀ ନାପକିନ୍ ବ୍ୟବହାର କରିବା ପାଇଁ ସଚେତନ କରାଇଥିଲେ ଭିଏଲଇ ସଦସ୍ୟ । ଏହାସହ ସରକାରଙ୍କ ପକ୍ଷରୁ କମ୍ ଦରରେ ଜନ ସେବା କେନ୍ଦ୍ରରେ ସାନିଟାରୀ ନାପକିନ୍ ଉପଲବ୍ଧ ହେଉଥିବା ସୂଚନା ଦେଇଛି ସୋସାଇଟି ।