ଆଜି ଓଡିଆ ଅଭିନେତା ବାବୁସାନଙ୍କ ଜନ୍ମଦିନ । ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯାଇ ଜନ୍ମଦିନ ପାଳନ କରିବେ ଓଡିଆ ହିରୋ ।

234

କନକ ବ୍ୟୁରୋ: ଆଜି ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯାଇ ଜନ୍ମଦିନ ପାଳନ କରିବେ ଅଭିନେତା ବାବୁସାନ । ଗତକାଲି ଲଗାତାର ଦ୍ୱିତୀୟ ଦିନ ଲାଗି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି କଥା କହିଛନ୍ତି ନିଜେ ବାବୁସାନ । ପରିବାର ସହ ବି ସେ ଜନ୍ମଦିନରେ ରହିବେ । ସୋସିଆଲ ମିଡିଆରେ ଭାଇରାଲ ଅଡିଓ ନେଇ ବାବୁଶାନ କହିଛନ୍ତି , ଅଡିଓକୁ ଭଲଭାବରେ ଶୁଣନ୍ତୁ । ସେ ପରିବାର ସହିତ ଅଛନ୍ତି । ପୁଲିସର ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ଅଭିନେତା ବାବସାନ ।

ଗତ ୨୩ ତାରିଖ ସକାଳେ ବାବୁସାନ, ପ୍ରକୃତି ମିଶ୍ର ଓ ତୃପ୍ତିଙ୍କୁ ନେଇ ବିବାଦର ଭିଡିଓ ସାମ୍ନାକୁ ଆସିଥିଲା । ସଂଧ୍ୟାରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ତୃପ୍ତି । ତାଙ୍କ ଅଭିଯୋଗକୁ ନେଇ ପୋଲିସ୍ ମାମଲା ରୁଜୁ କରିଥିଲା । କେବଳ ପ୍ରକୃତି ନୁହେଁ, ବାବୁସାନଙ୍କ ବିରୋଧରେ ମଧ୍ୟ ନିର୍ଯାତନା ଅଭିଯୋଗ କରିଥିଲେ ତୃପ୍ତି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୋଲିସ୍ ପ୍ରକୃତି ମଶ୍ରଙ୍କ ବୟାନ ରେକର୍ଡ କରିସାରିଛି । ହେଲେ ବାବୁସାନଙ୍କୁ ପୋଲିସ୍ ଏଯାଏଁ ପଚରାଉଚରା କରି ନାହିଁ ।