ଓଡିଶାବାସୀଙ୍କୁ ୫ଗ୍ୟାରେଣ୍ଟି ଦେଲେ ରାହୁଲ । ସରକାରକୁ ଆସିଲେ ପୂରଣ ହେବ ଏହି ସବୁ ଗ୍ୟାରେଣ୍ଟି

821

କନକ ବ୍ୟୁରୋ : ଓଡିଶାବାସୀଙ୍କୁ କଂଗ୍ରେସ ୫ଗ୍ୟାରେଣ୍ଟି । ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେସରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ରାହୁଲ । କଂଗ୍ରେସ ସରକାରକୁ ଆସିଲେ, ଲୋକଙ୍କୁ କେଉଁ କେଉଁ ସୁବିଧା ଦେବ ବୋଲି ଗ୍ୟାରେଣ୍ଟି ଦେଇଛି ଜାଣନ୍ତୁ

– ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଲେଖାଏଁ ଦିଆଯିବ
– ବେକାର ଯୁବକଙ୍କୁ ମାସିକ ୩ହଜାର ଟଙ୍କା ମିଳିବ, ସମସ୍ତ ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ।
– ୫ଶହ ଟଙ୍କାରେ ଗ୍ୟାସ୍, ୨୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି ।
– ଧାନ ଏମଏସପି ୩ହଜାର ଟଙ୍କା କରାଯିବ, କୃଷକଙ୍କ ଋଣ ଛାଡ ହେବ
– କଂଗ୍ରେସ ସରକାର ଆସିଲେ, ଗରିବ ପରିବାରର ଜଣେ ମହିଳାଙ୍କୁ ଦିଆଯିବ ୧ ଲକ୍ଷ ଟଙ୍କା

କଂଗ୍ରେସ ସରକାରକୁ ଆସିଲେ ଏହି ସବୁ ସୁବିଧା ଲୋକଙ୍କ ମିଳିବ ବୋଲି ସମାବେସରେ ରାଜ୍ୟବାସୀଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ ଗାନ୍ଧୀ