କାଲି ପତ୍ନୀ ଓ ପୁଅଙ୍କ ସହ ଜନ୍ମଦିନ ପାଳନ କରିବେ ବାବୁଶାନ: ପୁଲିସ ଜେରା ପରେ ହିଁ ପ୍ରତିକ୍ରିୟା ରଖିବା କଥାକୁ ପୁଣି ଦୋହରାଇଲେ

237

କନକ ବ୍ୟୁରୋ: ଆସନ୍ତାକାଲି ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯାଇ ଜନ୍ମଦିନ ପାଳନ କରିବେ ଅଭିନେତା ବାବୁଶାନ । ଆଜି ଲଗାତାର ଦ୍ୱିତୀୟଦିନ ଲାଗି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି କଥା କହିଛନ୍ତି ନିଜେ ବାବୁଶାନ । ପରିବାର ସହ ବି ସେ ଜନ୍ମଦିନରେ ରହିବେ । ସୋସିଆଲ ମିଡିଆରେ ଭାଇରାଲ ଅଡିଓ ନେଇ ବାବୁଶାନ କହିଛନ୍ତି , ଅଡିଓକୁ ଭଲଭାବରେ ଶୁଣନ୍ତୁ । ସେ ପରିବାର ସହିତ ଅଛନ୍ତି । ପୁଲିସର ଜେରା ପରେ ଗଣମାଧୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ଅଭିନେତା ବାବୁଶାନ । ଆଜି ବାବୁଶାନଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କୁ ବି ଦେଖିବାକୁ ମିଳିଥିଲା ।