ରତ୍ନଭଣ୍ଡାର ଚାବି ହଜିବା ମାମଲା : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍; ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

375

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ଏନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ଯେଉଁ ରଘୁବର ଦାସ କମିଶନ ଗଠନ କରିଥିଲେ, ତାଙ୍କର ରିପୋର୍ଟ ସାର୍ବଜନୀନ କରାଯାଉ ଦାବି କରି ସାମାଜିକ କର୍ମୀ ଦିଲ୍ଲୀପ ବରାଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ଲଢ଼ୁଛନ୍ତି ।