ବଲିଉଡ ଗୀତର ତାଳେ ତାଳେ ନୌସେନା ଯବାନ୍  । କଟୁ ମନ୍ତବ୍ୟ ଦେଲେ ବିରୋଧୀ ଦଳ 

234

କନକ ବ୍ୟୁରୋ: ଏବେ ସାଧାରଣତନ୍ତ୍ର ଦିବସର ପ୍ରସ୍ତୁତି  ପାଇଁ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ଦିଲ୍ଲୀ ରାଜପଥରେ ଚାଲିଛି ରିହର୍ସାଲ ପରେଡ୍ । ପରେଡ ପାଇଁ ଜୋରସୋରରେ ଲାଗିପଡିଛନ୍ତି ଭାରତୀୟ ଯବାନ । ଏହା ମଧ୍ୟରେ ନୌସେନା ଯବାନଙ୍କ ରିହର୍ସାଲର ଏକ ଭିଡିଓ ଭାଇରାଲ ହେଉଛି । ହେଲେ ଏହାକୁ ନେଇ ବିରୋଧର ସ୍ୱର ଉଠାଇଛନ୍ତି ବିରୋଧୀ ଦଳ ।

ଏହି ଭିଡିଓକୁ ବିଭିନ୍ନ ମହଲରୁ ଅଜସ୍ର ପ୍ରଶଂସା ମିଳୁଥିବାବେଳେ ଅନ୍ୟପଟେ ଏହାକୁ ଘୋର ନିନ୍ଦା କରିଛନ୍ତି ବିରୋଧୀ ଦଳ । କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳ ଏହି ଭିଡିଓକୁ ନେଇ ଆପତ୍ତି ଉଠାଇଛନ୍ତି । ଟିଏମସି ସାଂସଦ ମହୁଆ ମୋଇତ୍ରା ଟ୍ୱିଟ କରି ଲେଖିଛନ୍ତି ଯେ, ସୌସେନାର ଏହି ପରେଡ ଶୋ’କୁ ଦେଖି ଲୋମ ଟାଙ୍କୁରି ଉଠୁଛି । କିନ୍ତୁ ବଲିଉଡ ଗୀତରେ ଯବାନ ମାନଙ୍କର ତାଳ ଦେବା ବାସ୍ତବରେ ମନକୁ ଅଶାନ୍ତ କରିଛି । ବୋଧହୁଏ ସେନା ଉପରେ ମୋଦୀ ଓ ଶାହାଙ୍କ ପୁରା ପ୍ରଭାବ ପଡିଛି ବୋଲି ସେ କଟାକ୍ଷ କରିଛନ୍ତି ।

ସେହିପରି ଏହି ପରେଡକୁ ଘୋର ନିନ୍ଦା କରିଛନ୍ତି ଭାରତୀୟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ବି ଶ୍ରୀନିବାସ । ସେ ଟ୍ୱିଟ କରିଛନ୍ତି ଯେ, ଏଥର ଗଣତନ୍ତ୍ର ଦିବସ ଅବସରରେ ଯଦି  ‘ ମୋନିକା ଓ ମାଇଁ ଡାର୍ଲିଙ୍ଗ’ ତାହେଲେ ଆସନ୍ତା ଗଣତନ୍ତ୍ର ଦିବସର ଏଜେଣ୍ଡା କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରିୟ ଜନତା ଦଳର ଅଫିସିଆଲ ହ୍ୟାଣ୍ଡେଲରୁ ମଧ୍ୟ ଏହି ଭିଡିଓକୁ ଟ୍ରାଗେଟ କରାଯାଇଛି ।