ଓଡ଼ିଶାରେ କେବେ ଖୋଲିବ ସ୍କୁଲ? ତୁରନ୍ତ ପ୍ରାଥମିକ ସ୍କୁଲ ଖୋଲିବାକୁ ଉଠିଲାଣି ଦାବି…

1,016

କନକ ବ୍ୟୁରୋ: ମୁମ୍ବାଇରେ ସ୍କୁଲ ଖୋଲିବା ପରେ ଓଡ଼ିଶାରେ ସ୍କୁଲ ଖୋଲିବା ପାଇଁ ଦାବି ହେଲାଣି । ରାଜ୍ୟରେ ଲଗାତର ସଂକ୍ରମଣ ହ୍ରାସ ପାଉଥିବାରୁ ଅଭିଭାବକ ଓ ଶିକ୍ଷାବିତ୍ ସ୍କୁଲ ଖୋଲିବା ପାଇଁ ଦାବି କରିଛନ୍ତି । ରାଜ୍ୟରେ ଏବେ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଅନଲାଇନ୍ ପାଠପଢା ହେଉଛି । ହେଲେ ଏଥିରୁ ପିଲାମାନେ କେତେ ସୁଫଳ ପାଉଛନ୍ତି ତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ଗତ ଦୁଇ ବର୍ଷ ହେବ ପିଲାମାନେ ସ୍କୁଲ ନଯାଇ ଘରେ ରହିଛନ୍ତି । ତେଣୁ ତୁରନ୍ତ ସ୍କୁଲ ଖୋଲିବା ପାଇଁ ଦାବି ହେଲାଣି । କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ଯୋଗୁ ସଂକ୍ରମଣ ବଢିବାରୁ ଗତ ଜାନୁଆରୀ ୫ରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ପାଠପଢା ବନ୍ଦ କରିଛନ୍ତି ସରକାର । ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା । ହେଲେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେବାରୁ ଏହି ନିଷ୍ପତିକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ପିଲାମାନଙ୍କ ଭବିଷ୍ୟତକୁ ନେଇ ଆଶଙ୍କାରେ ଅଭିଭାବକ ।