କୁନି ଝିଅର ବଡ ରେକର୍ଡ । ୬ଦିନରେ ୬ଟି ପାହାଡ ଚଢିଲେ ଆରାଧ୍ୟା ଜେନା

133

କନକ ବ୍ୟୁରୋ : କୁନି ଝିଅର ବଡ଼ ରେକର୍ଡ । ପାହାଡ଼ ଚଢି ରେକର୍ଡ କରିଛନ୍ତି ୯ ବର୍ଷର କୁନି ଝିଅ ଆରାଧ୍ୟା ଜେନା । ମାତ୍ର ୬ଦିନ ଭିତରେ ୬ଟି ପାହାଡ଼ ଚଢି ଭାରତର ସର୍ବକନିଷ୍ଠା ପର୍ବତାରୋହୀ ଭାବେ ନିଜକୁ ନାମିତ କରିଛନ୍ତି ଆରାଧ୍ୟା । ଆରାଧ୍ୟା ହେଉଛନ୍ତି ଓଡ଼ିଶାର ପ୍ରଥମ ପୁରୁଷ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନାଙ୍କ ଝିଅ । ଖୁବ୍ କମ୍ ଦିନ ଓ ଏତେ କମ୍ ବୟସରେ ଏଭଳି କୃତିତ୍ୱ ଅର୍ଜନ କରି ଏକ ବିରଳ କୀର୍ତିମାନ କରିଛନ୍ତି ଆରାଧ୍ୟା ।

ଜୁନ୍ ୧୭ରୁ ୨୨ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶର ଜିପ୍ସାରୁ ଆରମ୍ଭ କରି ବାରାଳାଚଳ, ଭରତପୁର ବେସ୍ କ୍ୟାମ୍ପ, ୟୁନୁମ୍ ଆଡଭାନ୍ସ କ୍ୟାମ୍ପ, ଲଦାଖର ସର୍ଚୁ ଏବଂ ବାରାଲଥଲାରେ ପର୍ବତ ଆରୋହଣ କରିଥିଲେ ଆରାଧ୍ୟା । ମଙ୍ଗଳବାର ଓଡ଼ିଶା ଫେରିବା ପରେ ଉଭୟ କନ୍ୟା ଓ ପିତାଙ୍କୁ ଭୁବନେଶ୍ୱର ରେଳଷ୍ଟେସନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପିତାଙ୍କ ଏଭେରେଷ୍ଟ ସଫଳତା ତାଙ୍କୁ ପ୍ରେରିତ କରିଥିବାରୁ ଭବିଷ୍ୟତରେ ସେ ଦେଶର ସର୍ବକନିଷ୍ଠା ଏଭେରେଷ୍ଟର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।