ରାଜ୍ୟରେ ଆଜି ୧୦ହଜାର ୪୮୯ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଚିହ୍ନଟ

168

କନକ ବ୍ୟୁରୋ : ରାଜ୍ୟରେ ୧୦ହଜାର ୪୮୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ । ସେହିପରି ଗତକାଲି ତୁଳନାରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ମଧ୍ୟ କମିଛି । ଶୂନରୁ ୧୮ବର୍ଷ ବର୍ଗର ୯୮୨ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୬୦୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୦୭ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜାଣନ୍ତୁ ଅନ୍ୟ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ?

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୫୮ ଜଣ, ବାଲେଶ୍ୱରରୁ ୪୩୩ ଜଣ, ବରଗଡ଼ରୁ ୧୬୬ ଜଣ, ଭଦ୍ରକରୁ ୧୧୮ ଜଣ, ବଲାଙ୍ଗୀରରୁ ୨୩୮ ଜଣ, ବୌଦ୍ଧ ଜିଲ୍ଲାରୁ ୮୫, କଟକରୁ ୭୮୬ ଜଣ, ଦେବଗଡ଼ରୁ ୪୪ ଜଣ, ଢେଙ୍କାନାଳରୁ ୭୦ ଜଣ, ଗଜପତିରୁ ୧୦୯, ଗଞ୍ଜାମରୁ ୯୨ ଜଣ, ଜଗତସିଂହପୁରରୁ ୨୦୭ ଜଣ, ଯାଜପୁରରୁ ୧୯୫ ଜଣ, ଝାରସୁଗୁଡ଼ାରୁ ୨୨୫ ଜଣ, କଳାହାଣ୍ଡିରୁ ୨୬୩ ଜଣ, କନ୍ଧମାଳରୁ ୫୬ ଜଣ, କେନ୍ଦ୍ରାପଡ଼ାରୁ ୯୦ ଜଣ, କେଉଁଝରରୁ ୧୦୫ ଜଣ, କୋରାପୁଟରୁ ୧୬୨ ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଞ୍ଜରୁ ୩୮୩ ଜଣ, ନବରଙ୍ଗପୁରରୁ ୧୫୯, ନୟାଗଡ଼ରୁ ୧୯୩ ଜଣ, ନୂଆପଡ଼ାରୁ ୧୦୮ ଜଣ, ପୁରୀରୁ ୧୯୮ ଜଣ, ରାୟଗଡ଼ାରୁ ୨୫୩ ଜଣ, ସମ୍ୱଲପୁରରୁ ୩୮୭ ଜଣ, ସୋନପୁରରୁ ୧୬୩, ସୁନ୍ଦରଗଡ଼ରୁ ୧୪୪୭ ଜଣ ଓ ଷ୍ଟେଟ ପୁଲରୁ ୭୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୪୪,୪୦୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୬୦, ୦୬୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭୫, ୭୯୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

କେବଳ ଜାନୁଆରୀ ମାସର ୧୭ ଦିନରେ ଚିହ୍ନଟ ହେଲେଣି ୮୮,୫୮୬ ସଂକ୍ରମିତ ଚିହ୍ନଟ ହେଲେଣି । ତେବେ ଗତକାଲି ତୁଳନାରେ ରାଜ୍ୟରେ ୬୮୮ ମାମଲା କମ ରହିଛି ।

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ                                     ଟେଷ୍ଟ
ଜାନୁଆରୀ ୧୭ : ୧୦୪୮୯——୭୦୧୧୭
ଜାନୁଆରୀ ୧୬ : ୧୧୧୭୭——୭୭୧୨୦
ଜାନୁଆରୀ ୧୫ : ୧୦୮୫୬——୭୪୯୩୬
ଜାନୁଆରୀ ୧୪ : ୧୦୨୭୩——୭୫୭୩୧
ଜାନୁଆରୀ ୧୩ : ୧୦୦୫୯——୮୧୦୬୫
ଜାନୁଆରୀ ୧୨ : ୮୭୭୮——-୭୪୬୧୧
ଜାନୁଆରୀ ୧୧ : ୭୦୭୧——୬୯୦୧୮
ଜାନୁଆରୀ ୧୦ : ୪୮୨୯—–୭୪୩୦୪