ଅର୍ଚ୍ଚନା ନାଗ ମାମଲା : ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା ଫେରାର ଆଶଙ୍କା; ବାରମ୍ବାର ସମନ ସତ୍ତ୍ୱେ ହେଉନାହାଁନ୍ତି ହାଜର

235

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲା । ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା ଫେରାର ଆଶଙ୍କା । ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନାହାଁନ୍ତି । କୁଆଡେ ଚାଲିଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଖୁବଶୀଘ୍ର ଇଡି ଆରେଷ୍ଟ ୱାରେଣ୍ଟ ଜାରି କରିପାରେ । ପୂର୍ବରୁ ୨ଥର ସେ ହାଜର ହୋଇଛନ୍ତି ।

ଏପଟେ ଦ୍ୱିତୀୟ ଦିନରେ ଇଡିରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ ଦାସ । ହାଜର ବେଳେ ଗଣମାଧ୍ୟମକୁ କହିଛନ୍ତି ସେ କୌଣସି ଆର୍ଥିକ କାରବାର କରିନାହାନ୍ତି । ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରକୁ ଜାଣିନଥିବା କହିଛନ୍ତି ଶିବ ପ୍ରସାଦ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜାଣିଛନ୍ତି, ହେଲେ ସେ ହୋଟେଲ ଯାଇଥିବା କଥାକୁ ଅସ୍ୱୀକାର କରିନାହାନ୍ତି । ସେମାନେ ହୋଟେଲ ଯାଉଥିବାରୁ ଇଡି ତାଙ୍କୁ ସମନ କରିଥିବା କହିଛନ୍ତି ଶିବପ୍ରସାଦ । ଗୁରୁବାର ପ୍ରଥମ ଥର ଇଡିରେ ଶିବପ୍ରସାଦ ହାଜର ହୋଇଥିଲେ ।