ବସ୍ ଚଲାଉଥିବା ବେଳେ ଡ୍ରାଇଭରକୁ ହେଲା ହୃଦଘାତ, ତା’ପରେ ଯାହା ହେଲା… ଦେଖିଲେ ଲୋମ ଟାଙ୍କୁରୀ ଉଠିବ

472

କନକ ବ୍ୟୁରୋ: ମୃତ୍ୟୁ ବେଳେବେଳେ ଏମିତି ଆସେ, ଏପରି ସମୟରେ ଆସେ ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ହେଲେ ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଜବଲପୁରରେ ଯେଉଁ ଭିଡିଓ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ ।

ଯାତ୍ରୀ ଭରା ବସ୍ ଚଳାଇ ଯାଉଥିଲେ ଡ୍ରାଇଭର । ହଠାତ୍ ଆସିଲା ହାର୍ଟଆଟାକ୍ । ବସ୍ ଚଳାଉଥିବା ଅବସ୍ଥାରେ ହୃଦଘାତ ହେବାରୁ ଡ୍ରାଇଭରର ମୃତ୍ୟୁ ହୋଇଗଲା । ଫଳରେ ବସଟି ନିୟନ୍ତ୍ରଣ ହରାଇ କାର୍ ଓ ବାଇକ୍ ଚାଳକଙ୍କ ଉପରେ ମାଡିଯାଇଥିଲା । ଜଣକ ପରେ ଜଣେ ୬ଜଣଙ୍କୁ ଦଳିଦେଇଥିଲା । ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଜବଲପୁର ଜିଳ୍ଲା ଦମୋହା ନାକା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏହି ଭିଡିଓକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ । ପ୍ରଥମେ ଲୋକେ ଭାବିଲେ ଯେ, ବସର ଡ୍ରାଇଭର ନିଶା ଖାଇ ଏଭଳି ବସ୍ ଚଲାଉଛି । ହେଲେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।