ଚିତ୍ରକୋଣ୍ଡା ଢେପ ସାହିରେ ଅଭାବନୀୟ ଘଟଣା। ପାଣି ଗାତରେ ଖସିପଡ଼ି ଦୁଇ ଶିଶୁକନ୍ୟାଙ୍କର ମୃତ୍ୟୁ।

111

କନକ ବ୍ୟୁରୋ: ପାଣି ଗାତରେ ଖସିପଡ଼ି ଦୁଇ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି । ଚିତ୍ରକୋଣ୍ଡା ପଞ୍ଚାୟତ ଢେପ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଶିଶୁ କନ୍ୟା ଖେଳୁଥିବା ବେଳେ ନିକଟରେ ପାଣି ଭର୍ତି ଥିବା ଏକ ଗାତରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଦୁହିଁଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଦୁଇ ଶିଶୁ କନ୍ୟା ସୁଭଦ୍ରା କମାର ଓ ସୁମି ଜାନମ ବୋଲି ଜଣାପଡ଼ିଛି । ରାସ୍ତା କାମ ପାଇଁ ଠିକାଦାରମାନେ ଏକ କୂତ୍ରିମ ଗାତ କରି ପାଣି ରଖୁଥିଲେ । କିନ୍ତୁ ରାସ୍ତା କାମ ସରିବା ପରେ ପାଣି ଗାତକୁ ଖୋଲା ଛାଡ଼ି ଦେଇଥିବା ଜଣାପଡ଼ିଛି । ଯେଉଁ କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି ।