ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ବଡ ଅଭିଯୋଗ : ପତ୍ନୀ ଆଣିଲେ ଏକାଧିକ ଅଭିଯୋଗ ।

377

କନକ ବ୍ୟୁରୋ: ବଲିଉଡ ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ପତ୍ନୀ ଆଲିୟା ସିଦ୍ଦିକି ଆଣିଲେ ବଡ ଅଭିଯୋଗ । କହିଲେ ପିଲାମାନଙ୍କ କୌଣସି ଦାୟିତ୍ୱ ନେଉନାହାଁନ୍ତି ନୱାଜୁଦ୍ଦିନ । ଏହାସହ ତାଙ୍କ ମା’ ଅଲିୟାଙ୍କ ଉପରେ ନିର୍ଯାତନା କରୁଛନ୍ତି । ଫଳରେ ଦୁହିଁଙ୍କ ଉପରେ ମାମଲା ଦାଏର କରିଛନ୍ତି ଅଲିୟା ସିଦ୍ଦିକି ।

ନିକଟରେ ସେଲିବ୍ରିଟି ଓକିଲ ରିଜୱାନ୍ ସିଦ୍ଦିକି ନୱାଜିଦ୍ଦିନ ଓ ଆଲିୟାଙ୍କ ସହ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ଓକିଲ ରିଜୱାନ ନୱାଜୁଦ୍ଦିନଙ୍କ ଘର ବାହାରେ ଛିଡା ହୋଇଥିବାବେଳେ ବଡିଗାର୍ଡ ତାଙ୍କୁ ନୱାଜୁଦ୍ଦିନଙ୍କ ଘରକୁ ଯିବାକୁ ଦେଇନଥିଲେ । ରିଜୱାନଙ୍କ କହିବା ଅନୁସାରେ, ଆଲିୟା ସିଦ୍ଦିକି ସ୍ୱାମୀ ନୱାଜୁଦ୍ଦିନଙ୍କୁ ଭେଟିବାକୁ ବର୍ସୋବା ସ୍ଥିତ ଘରକୁ ଯାଇଥିଲେ । ତାଙ୍କୁ ପରିବାର ବାବଦରେ କିଛି ଆଲୋଚନା କରିବାର ଥିଲା । ହେଲେ ନୱାଜୁଦ୍ଦିନ ଘରେ ନଥିବାବେଳେ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଫୋନ କରିବାରୁ ନୱାଜୁଦ୍ଦିନ ଫୋନ ବି ରିସିଭ କରିନଥିଲେ । ଫଳରେ ମାମଲା ଉଗ୍ର ରୂପ ନେଇଥିଲା ।