ନ୍ୟୁଜିଲାଣ୍ଡରେ ବିଶ୍ୱର ପ୍ରଥମ ଐତିହାସିକ ଆଇନ । ଯୁବପୀଢ଼ିଙ୍କୁ ଆଜୀବନ ସିଗାରେଟ୍ ଟାଣିବା ମନା, ନିୟମ ନମାନିଲେ ୧କୋଟି ୧୭ଲକ୍ଷ ଫାଇନ୍ ।

201

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡରେ ବ୍ୟାନ ହୋଇଛି ସିଗାରେଟ୍ । ଯୁବପୀଢି ସିଗାରେଟ ବ୍ୟବହାର କଲେ କୋଟିଏରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ ବୋଲି ସ୍ଥାନୀୟ ସଂସଦରେ ନିୟମ ଆସିଛି । ନ୍ୟୁଜିଲାଣ୍ଡର ଏଭଳି ପ୍ରତିବନ୍ଧକ ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି । ସେପଟେ ଭାରତରେ ମଧ୍ୟ ସିଙ୍ଗଲ ସିଗାରେଟ ବିକ୍ରୀ ଉପରେ ଲାଗିପାରେ ପ୍ରତିବନ୍ଧକ । ଏନେଇ ସଂସଦର ସ୍ଥାୟୀ କମିଟି ସୁପାରିଶ କରିଛି । କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ ଖୋଲାରେ ସିଗାରେଟ ବିକ୍ରୀ ଉପରେ ନିଷେଧାଜ୍ଞା ଲାଗିବ ।

ସିଗାରେଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏକଥା ଜାଣିବି ମଧ୍ୟ ଆଜିର ଯୁବପିଢି ଧୂମପାନ କରୁଥିବାର ନଜିର ରହିଛି । ଆଉ ଏହି ସିଗାରେଟ ଅନେକ ଯୁବପିଢିଙ୍କ ଭବିଷ୍ୟତ ନଷ୍ଟ କରୁଛି । ଅନେକ ଯୁବ ଅବସ୍ଥାରେ କ୍ୟାନସର ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏସବୁ ଦେଖିବା ପରେ ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡ ଏକ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ।

ସିଗାରେଟକୁ ନ୍ୟୁଜିଲାଣ୍ଡର ନା’

ଯୁବପିଢିଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ନୂଆ ନିୟମ
ନ୍ୟୁଜିଲାଣ୍ଡ ସରକାର ଆଣିଲେ ଧୂମପାନ ନିରୋଧୀ ଆଇନ୍
ଡିସେମ୍ବର ୧୩ରେ ନୂଆ ନିୟମ ଆଣିଛି ନ୍ୟୁଜିଲାଣ୍ଡ
ସଂସଦରେ ପାରିତ ହେଲା ନୂଆ ନିୟମ, ନୂଆବର୍ଷରୁ କାର୍ଯ୍ୟକାରୀ
୧ ଜାନୁଆରୀ ୨୦୦୯ କିମ୍ବା ଏହା ପରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଇଁ ନୂଆ ନିୟମ
ଯୁବପିଢି ସିଗାରେଟ୍ କିଣିବା ଉପରେ ଆଜୀବନ ପ୍ରତିବନ୍ଧକ
ନିୟମ ଉଲ୍ଲଂଘନ କଲେ ୧ କୋଟି ୧୭ ଲକ୍ଷ ଟଙ୍କା ଜୋରିମାନା
୨୦୨୫ ସୁଦ୍ଧା ନ୍ୟୁଜିଲାଣ୍ଡରୁ ୫%ରୁ କମ୍ ହୋଇଯିବ ଧୂମପାନକାରୀଙ୍କ ସଂଖ୍ୟା!
ନ୍ୟୁଜିଲାଣ୍ଡରେ ୬ ହଜାର ତମାଖୁ ବିକ୍ରି ହେଉଥିବା ଦୋକାନ ରହିଛି
ଏବେ ଏହି ସଂଖ୍ୟା ୬୦୦କୁ ହ୍ରାସ କରିବାକୁ ଯୋଜନା
ଗତବର୍ଷ ଯୁବବର୍ଗଙ୍କ ଧୂମପାନ ହାର ୯.୪ ପ୍ରତିଶତ ଥିଲା
ଚଳିତବର୍ଷ ୮ ପ୍ରତିଶତ ରହିଛି ଧୂମପାନ ହାର
ନ୍ୟୁଜିଲାଣ୍ଡ ଭଳି ମାଲେସିଆ ନିୟମ ଆଣିବାକୁ ଯୋଜନା କରୁଛି

ଗୋଟିକିଆ ବିକ୍ରି ହେବନି ସିଗାରେଟ୍!
ସିଗାରେଟ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଣିବ ନୂଆ ନିୟମ!
ସଂସଦୀୟ କମିଟି ସୁପାରିଶ କରିବା ପରେ ନୂଆ ନିୟମ ଆଣିପାରେ କେନ୍ଦ୍ର
ଖୁଚୁରା ସିଗାରେଟ୍ ବିକ୍ରି ନକରିବାକୁ ପ୍ରସ୍ତାବ
ବିମାନବନ୍ଦରରେ ସ୍ମୋକିଂ ଜୋନ୍ ବନ୍ଦ କରିବାକୁ ପ୍ରସ୍ତାବ
ଦେଶରେ ତମାଖୁ ଉପରେ ୭୫ ପ୍ରତିଶତ ଟିକସ ଲଗାଇବାକୁ ଡଐଙର ପ୍ରସ୍ତାବ
ବିଡିରେ ୨୨%, ସିଗାରେଟରେ ୫୩%, ଧୂଆଁବିହୀନ ଟୋବାକୋରେ ୬୪% ଟିକସ ରହିଛି
ପ୍ରତିବର୍ଷ ସିଗାରେଟରୁ ୩.୫ ଲକ୍ଷ ଲୋକଙ୍କ ମୃତ୍ୟୁ!
ଆମେରିକାରେ ଏହି ସଂଖ୍ୟା ୪.୯ ଲକ୍ଷ ପାଖାପାଖି
ସିିଗାରେଟରେ ଥିବା ନିକୋଟିନ ମୃତ୍ୟୁର କାରଣ
୨୦୧୮ ସର୍ଭେ: ୪୬% ଅଶିକ୍ଷିତ ଧୂମପାନ କରୁଛନ୍ତି, ୧୬ ପ୍ରତିଶତ କଲେଜ ଛାତ୍ର
ସିଗାରେଟରୁ ୫୬ ପ୍ରକାରର ରୋଗ ହୁଏ: ଲାନସେଟ ରିପୋର୍ଟ
ବିଶ୍ୱର ମୋଟ୍ ଧୂମପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୦% ଚୀନରେ ରହୁଛନ୍ତି