ବିମାନରେ କାହିଁକି ଏତେ ମଦ ପିଇଲେ ଶଙ୍କର ମିଶ୍ରା? ସହଯାତ୍ରୀ କହିଲେ ନିଶାସେବନ ପଛର କାରଣ …

824

କନକ ବ୍ୟୁରୋ: ନ୍ୟୁୟର୍କ-ନୂଆଦିଲ୍ଲୀ ଏୟାର ଇଣ୍ଡିଆ -୧୦୨ ଫ୍ଲାଇଟରେ ୭୨ ବର୍ଷୀୟ ବୃଦ୍ଧଙ୍କ ଉପରେ ପରିସ୍ରା କରିବା ନେଇ ବିବାଦ ଥମିବାର ନା ନେଉନାହିଁ । ଏବେ ଏହି ମାମଲାରେ ନୂଆ ଖୁଲାସା ହୋଇଛି । ଘଟଣା ସମୟରେ ଅଭିଯୁକ୍ତ ଶଙ୍କର ମିଶ୍ର ନିଶାରେ ଥିଲେ । ସେ ଗୋଟିଏ କଥାକୁ ବାରମ୍ବାର ଦୋହରାଉଥିଲା । ବିଜନେସ କ୍ଲାସରେ ତାଙ୍କର ଜଣେ ସହଯାତ୍ରା ତାଙ୍କ ବାବଦରେ କ୍ୟାବିନ କ୍ରୁଙ୍କୁ କହିଥିଲେ । ସେହି ସମୟରେ ସେ ଏହି ବାବଦରେ ଜଣାଇ ଦେଇଥିଲେ । ନଭେମ୍ବର ୨୬ ତାରିଖରେ ଏହି ଘଟଣା ଘଟିଥିଲା । ଏହି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିବା ପରେ ବିବାଦର ଶୁଭାରମ୍ଭ ହୋଇଛି ।

ଏୟାର ଇଣ୍ଡିଆ ବିମାନର ବିଜନେସ କ୍ଲାସରେ ଯାଉଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ସହଯୋଗୀ ଆମେରିକୀୟ ଡାକ୍ତର ସୁଗାତା ଭଟ୍ଟାଚାର୍ଯ୍ୟ କହିଛନ୍ତି, ଯେତେବେଳେ ଶଙ୍କର ଗୋଟିଏ କଥା ବାରମ୍ବାର ପଚାରିଥିଲେ । ମୁଁ ସେତେବେଳେ ଜାଣିପାରିଥିଲ ଯେ ସେ ନିଶାରେ ଅଛନ୍ତି । ମୁଁ ଏ ବାବଦରେ କ୍ରୁ ମେମ୍ବରଙ୍କୁ ଅବଗତ କରାଇଥିଲେ । କ୍ରୁ ମେମ୍ବର ଏହା ଶୁଣି ସାମାନ୍ୟ ହସିଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ଶଙ୍କର ତାଙ୍କୁ ନିଶାସେବନ କରିବାର କାରଣ ମଧ୍ୟ କହିଥିଲେ । ସେ ଅତ୍ୟଧିକ ଥକିଯାଇଥିବା କାରଣରୁ ଶୋଇପାରିନଥିଲେ । ଏହି କାରଣରୁ ସେ ମଦ ପିଇଥିଲେ । ଭଲ ନିଦ ପାଇଁ ସେ ନିଶା ସେବନ କରିଥିଲେ ।