ଯୋଶୀମଠ ଭୂସ୍ଖଳନ ଅଞ୍ଚଳ ଘୋଷିତ। ଘଟଣାସ୍ଥଳ ଯିବ ଏକ୍ସପର୍ଟ କମିଟି, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ଜାରି।

124

କନକ ବ୍ୟୁରୋ: ଧସୁଛି ମାଟି, ବଢୁଛି ବିପଦ । ଲୋକେ ଏବେ ଅସ୍ତବ୍ୟସ୍ତ । କେଉଁଆଡେ ଯିବେ କଣ କରିବେ ଏହି ଆଶଙ୍କାରେ ଉତ୍ତରାଖଣ୍ଡର ଯୋଶୀ ମଠ ଅଞ୍ଚଳର ଲୋକ । ଏହି ଘଟଣା ଉପରେ ସାରା ଦେଶର ନଜର ରହିଛି । ଏମିତିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘଟଣା ବାବଦରେ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ସହରରେ ଜମି ଦବିବା ସହ ଶହ ଶହ ଘର, ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ଫାଙ୍କ ସୃଷ୍ଟି ହୋଇଛି । ଯୋଶୀ ମଠର ଅସ୍ତିତ୍ୱ ବଂଚାଇବା ପାଇଁ ଘଟଣାସ୍ଥଳରେ ବିଶେଷଜ୍ଞ ଟିମ୍ ପହଂଚିଛନ୍ତି । ପ୍ରାୟ ୬୬ ପରିବାରକୁ ଖାଲି କରାଯାଇଛି । କେଉଁ କାରଣ ପାଇଁ ଏପରି ଅଘଟଣ ଘଟିଲା ସେ ନେଇ କାରଣ ଖୋଜା ଚାଲିଛି । ବିଶେଷଜ୍ଞ ଟିମ୍ର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଉଛି ।