କାଞ୍ଝିୱାଲା ମାମଲା: କାର ଚକାତଳେ ଫସିଥିବା ଦେଖି ମଧ୍ୟ ଅଭିଯୁକ୍ତ ଚଳାଇଥିଲେ ଗାଡି। କୋର୍ଟ ଆଗରେ ତଥ୍ୟ ରଖିଲା ପୋଲିସ।

70

କନକ ବ୍ୟୁରୋ: କାଞ୍ଝିୱାଲା ମାମଲାରେ ଅଭିଯୁକ୍ତଙ୍କ ଜଣା ଥିଲା ଯେ କାରରେ ଜଣେ ଯୁବତୀ ଫସିରହିଛନ୍ତି । ଗାଡିର ଚକରେ ଯୁବତୀ ଜଣଙ୍କ ପସିରହିଥିବା ଜାଣି ମଧ୍ୟ ଗାଡି ଚଲାଇଥିଲେ ଅଭିଯୁକ୍ତ । ସେମାନେ ସମ୍ପୃକ୍ତ ଯୁବତୀଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଉଦ୍ୟମ କରିନଥିଲେ । ଦିଲ୍ଲୀ ପୋଲିସ ସୋମବାର ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି । ଦିଲ୍ଲୀ ପୋଲିସ ଅଦାଲତଙ୍କୁ କହିଛନ୍ତି, ସିସିଟିଭି ଫୁଟେଜରେ କାଞ୍ଝିୱାଲା ମାମଲାରେ ଅଭିଯୁକ୍ତଙ୍କୁ କାରରୁ ଓହ୍ଲାଉଥିବା ଦେଖିବାକୁ ମିଳିଥିଲା । ତେବେ ସେମାନେ ସବୁ ଜାଣିବା ପରେ ମଧ୍ୟ ଯୁବତୀଙ୍କୁ ଗାଡି ଚକାତଳେ ଚାପି ଦେଇ ଗାଡି ଚଳାଇନଥିଲେ । ଅଦାଲତରେ ଶୁଣାଣି ସମୟରେ ୬ ଅଭିଯୁକ୍ତଙ୍କୁ ୧୪ ଦିନିଆ ପାଇଁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି ।

ଘଟଣାର ତଦନ୍ତ କରୁଥିବା ଯାଞ୍ଚ ଅଧିକାରୀ ରୋହିଣୀ କୋର୍ଟକୁ କହିଛନ୍ତି, ଆମକୁ ୬ଟି ନୂଆ ସିସିଟିଭି ଫୁଟେଜ ମିଳିଛି । ପ୍ରତ୍ୟେକ ଅଭିଯୁକ୍ତଙ୍କର ମାର୍ଗକୁ ମ୍ୟାପିଂ କରୁଛୁ । ସେମାନଙ୍କ ଟାଇମଲାଇନ ମଧ୍ୟ ପ୍ରସ୍ତୁତ କରିଦିଆଯାଇଛି । ଏହା ତଥ୍ୟ ହାସଲର ଗୋଟିଏ ମାତ୍ର ରାସ୍ତା ଯେତେବେଳେ ଆମେ ସମସ୍ତଙ୍କୁ ଗୋଟିଏ ସାଥିରେ ନେଇ ଯାଇ ତଥ୍ୟ ସଂଗ୍ରହ ପାଇ ଚେଷ୍ଟା କରିଥିଲୁ । ପରେ ସମସ୍ତଙ୍କୁ ଅଲଗା ଅଲଗା ଭାବେ ନେଇ ତଦନ୍ତ କରାଯାଇଛି । ଆମ ପାଖରେ ସିସିଟିଭି ଫୁଟେଜ ରହିଛି ଯେଉଁଥିରେ ସମସ୍ତେ ବାହାନରୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ସେମାନେ ପ୍ରଥମେ କହୁଥିଲେ କାରରୁ ସେମାନେ ଓହ୍ଲାଇନଥିଲେ । ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ସେମାନେ ଗାଡିରୁ ଓହ୍ଲାଇଛନ୍ତି, ସେମାନେ ଦେଖିଲେ କାରର ଚକାତଳେ ଜଣେ ଯୁବତୀ ଚାପିହୋଇରହିଛନ୍ତି ତେବେ ଏହା ପରେ ମଧ୍ୟ ସେମାନ ଗାଡି ଚଢାଇଦେଇଥିଲେ ।