ପାଖେଇ ଆସୁଛି ନୂଆବର୍ଷ। ଦୁଇ ବର୍ଷ ପରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।

156

କନକ ବ୍ୟୁରୋ: ବିଦାୟୀ ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସଜେଇ ହେଉଛି ରାଜଧାନୀର ବଡ଼ ବଡ଼ ହୋଟେଲ ଓ କ୍ଲବ୍ । କରୋନା କାରଣରୁ ଦୁଇବର୍ଷ ସେଲିବ୍ରେସନ୍ ଓ ଉତ୍ସବ ଉପରେ କଟକଣା ଲାଗିଥିବା ବେଳେ ଏଥର ନାହିଁ ସେଭଳି କଟକଣା । ଯେଉଁଥିପାଇଁ ଏଥର ଧୁମ୍ଧାମ୍ରେ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ସମସ୍ତେ ଲାଗି ପଡ଼ିଛନ୍ତି ।

ଭୁବନେଶ୍ୱର ଭଳି କଟକରେ ବି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକର ୟୁନିୟନ କ୍ଲବ ପକ୍ଷରୁ ବିଭିନ୍ନ ଡ୍ୟାନ୍ସ ଗ୍ରୁପକୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ କଟକ କ୍ଲବ ପକ୍ଷରୁ ଓଲିଉଡ ତାରକାଙ୍କୁ ନେଇ ସେଲିବ୍ରେନ୍ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଫ୍ୟାନସ ସୋ’ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି କ୍ଳବ ସଦସ୍ୟ ।

ଏପଟେ ଜିରୋ ନାଇଟ ସେଲିବ୍ରେନକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନାଇଟ୍ ପାଟ୍ରୋଲିଂ ବଢ଼ାଯିବା ସହ ଆଇନଶୃଙ୍ଖଳା ଉପରେ ନଜର କରିବାକୁ ପ୍ରସ୍ତୁତ ରହିଛି ପୁଲିସ ।