ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ୯ଟି ସ୍ଥାନରେ ରେଡ୍।

219

କନକ ବ୍ୟୁରୋ: ଚିତ୍ତରଞ୍ଜନ ପିଳା । ଜଗତସିଂହପୁର ଜିଲ୍ଲାର ଡେପୁଟୀ କଲେକ୍ଟର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚିତରଞ୍ଜନଙ୍କ ୯ଟି ଠିକଣାରେ ଏକକାଳିନ ରେଡ୍ କରିଛି । ଚିତରଞ୍ଜନଙ୍କ ଭୁବନଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁର ଠିକଣା ସହ ଜିିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ୱର କନଷ୍ଟ୍ରକସନର ଥିବା ୨ଟି ଫ୍ଲାଟରେ ଛାନ୍ଭିନ୍ କରିଛି । ଭିଜିଲାନ୍ସର ସୂଚନା ଅନୁସାରେ, ଚିତରଞ୍ଜନଙ୍କ ନିକଟରୁ ଠାବ ହୋଇଛି, ନଗଦ ୮୭ ହଜାର ୭୮୫ ଟଙ୍କା । ଏଥିସହ ୨ ଟି ଚାରି ଚକିଆ ଓ ୩ଟି ୨ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । ସେହିପରି ୪ଟା ଫ୍ଲାଟ, ଗୋଟିଏ ୨ ମହଲା ଘର, ୬ଟା ପ୍ଲଟ ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟେକ୍ନିକାଲ ଟିମ୍ ଏବେ ଏସବୁ ଜମି ଫ୍ଲାଟର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ।

ଚିତ୍ତରଞ୍ଜନଙ୍କର ରହିଛି, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁ ସ୍ଥିତ ଆପାର୍ଟମେଣ୍ଟରେ ଫ୍ଲାଟ, ବାଲେଶ୍ୱର ସୁନା ହାଟରେ ୨ଟି ଫ୍ଲାଟ, ସୋନପୁର ସହରରେ ରହିଛି ୨ ମହଲା କୋଠା । ବାଲିଆପାଳ ନଇଘାଟିରେ ରହିଛି ପୈତୃକ ଘର । ଏଥିସହ ବିଭିନ୍ନ ସ୍ଥାନରେ ରହିଛି ୬ଟି ପ୍ଲଟ୍ । ଯାହାର ସାଙ୍ଗରେ ଛାନଭିନ ଜାରି ରଖିଛନ୍ତି ଭିଜିଲାନ୍ସର ୨୨ ଜଣିଆ ଟିମ୍ । ।