ତଥାଗତଙ୍କ ଟ୍ୱିଟ ସହ ସହମତ ହେଲେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

28

କନକ ବ୍ୟୁରୋ : ତଥାଗତଙ୍କ ଟ୍ୱିଟ ସହ ସହମତ ହେଲେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାଲିବତି ସହଜରେ ହଟିହେବ । ନାଲିବତି ହଟାଇବାରେ କୌଣସି କ୍ଷତି ନାହିଁ ବୋଲି ନବୀନ କହିଛନ୍ତି ।

ନାଲିବତି ବ୍ୟବହାର ଉପରେ ରୋକ ଲାଗିବା ପ୍ରସଙ୍ଗରେ ବିଜେଡି ସାଂସଦ ତଥାଗତ ସତପଥି ଟ୍ୱିଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ନାଲିବତି ହଟାଇବା ନିଷ୍ପତି ଏକ ଉପହାସ ବୋଲି ଟ୍ୱିଟ୍ କରି କହିଛନ୍ତି ବିଜେଡି ସାଂସଦ । ତଥାଗତ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଯଦି ସରକାର ଏତେ ଚିନ୍ତିତ ତେବେ ଭିଆଇପିଙ୍କୁ ମିଳୁଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଅନ୍ତିୁ । ସେ କହିଛନ୍ତି, ଏ ଠାରୁ ଜେଡ୍ ଯାଏଁ ଥିବା ସମସ୍ତ ସୁରକ୍ଷାକୁ ହଟାଇ ଦେଲେ ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କାର ଟିକସ ବଂଚିଯିବ ।

ଦେଖନ୍ତୁ ଏହି ଭିଡିଓ –