ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ନବୀନଙ୍କ ଅନୁରୋଧ । କହିଲେ ଓଡ଼ିଶା ସରକାରଙ୍କୁ ଦିଆଯାଉ ୯୫ ପ୍ରତିଶତ ଟିକା । ଘରୋଇ ହସ୍ପିଟାଲର ଟିକାକୁ ୨୫ ପ୍ରତିଶତରୁ ୫ ପ୍ରତିଶତକୁ କମ୍ କରାଯାଉ ।

276

କନକ ବ୍ୟୁରୋ: ଓଡିଶା ସରକାରଙ୍କ ଦିଆଯାଉ ୯୫ ପ୍ରତିଶତ ଟିକା । କରୋନା ସମ୍ପର୍କୀତ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ରାଜ୍ୟମାନଙ୍କୁ ଟିକା ଦେବା କ୍ଷେତ୍ରରେ ଓଡିଶା ପାଇଁ ସରକାରୀ କୋଟାକୁ ୯୫ ପ୍ରତିଶତ କରାଯାଉ ଏବଂ ଘରୋଇ କୋଟାକୁ ୫ ପ୍ରତିଶତ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାଦ୍ୱାରା ଟିକାକରଣର ଗତି ବଢି ପାରିବ । ସେହିଭଳି ତୃତୀୟ ଲହରର ଆଶଙ୍କା ରହିଛି । ତୃତୀୟ ଲହରରେ ଛୋଟ ପିଲାଙ୍କ ଉପରେ ସମ୍ଭାବ୍ୟ ପ୍ରଭାବ ପଡିପାରେ । ତେଣୁ ୧୨ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଟିକାକରଣ ଉପରେ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରମାର୍ଶ ଦେଇଛନ୍ତି । ଆଜି ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏକଥା କହିଛନ୍ତି ନବୀନ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲରେ ଆଲୋଚନା କରିଛନ୍ତି ମୋଦି ।