ଉତ୍ତରାଖଣ୍ଡ ପରେ ବଦଳିବେ କି କର୍ଣ୍ଣାଟକ କ୍ୟାବିନେଟ୍ ।ୟେଦୁୟେରପ୍ପାଙ୍କୁ ଦିଲ୍ଲୀ ଡାକରା

212

କନକ ବ୍ୟୁରୋ : ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ବଦଳି ପାରେ କ୍ୟାବିନେଟ୍ । ୟେଦୁୟେରପ୍ପା ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହୋଇପାରେ ବୋଲି ଅନୁମାନ କରାଯାଇଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ୟେଦୁୟେରପ୍ପା ଦିଲ୍ଲୀ ପହଂଚିବେ । ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଗୁରୁବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପା କହିଥିଲେ କି ଏବେ ତାଙ୍କ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେବାର କିଛି ପ୍ରସ୍ତାବ ନାହିଁ । ଏହି ବାବଦରେ କିଛି ନିଷ୍ପତ୍ତି ନେବାକୁ ସେ ଦଳର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଉଛନ୍ତି ଓ ରାଜ୍ୟର ବିଭିନ୍ନ ମୁଦ୍ଦା ଉପରେ ସେଠାରେ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ମନ୍ତ୍ରୀମଣ୍ଡଳ ପୁର୍ନଗଠନ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ‘ମୋ ଲକ୍ଷ୍ୟରେ ସେମିତି କିଛି ପ୍ରସ୍ତାବ ନାହିଁ, ଦିଲ୍ଲୀରେ ଆଲୋଚନା ପରେ ସ୍ପଷ୍ଟ ହେବ’ । ଅନ୍ୟପଟେ ବିଜେପି ରାଜ୍ୟ ଅଧ୍ୟକ୍ଷ ନଳୀନ କୁମାର କଟିଲ କହିଛନ୍ତି କି ଏହା ମୁଖ୍ୟମନ୍ତ୍ରୀଙ୍କ ବିବେକ ଉପରେ ନିର୍ଭର କରେ ।

ଅନ୍ୟପଟେ ଆକଳନ କରାଯାଇଛି କି ପ୍ରଧାନମନ୍ତ୍ରୀ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ ସହିତ ପ୍ରସ୍ତାବିତ ବୈଠକରେ ୟେଦୁରୂପା କାବେରୀ ନଦୀ ଉପରେ ମେକେଦାତୁ ପରିଯୋଜନାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରନ୍ତୁ ବୋଲି ଦାବି କରିପାରନ୍ତି    । କହିରଖୁ କି ପଡୋଶୀ ରାଜ୍ୟ ତାମିଲନାଡୁ ଏହି ଯୋଜନାକୁ ବିରୋଧ କରୁଛି । ୟେଦୁୟେରପ୍ପା ଶନିବାର ଦିନ ପୁଣି କର୍ଣ୍ଣାଟକ ଫେରିବେ ବୋଲି କହିଛନ୍ତି ।