ସମ୍ବଲପୁରରେ ପାଣିରେ ବୁଡ଼ାଇ ଦୁଇ ଶିଶୁଙ୍କ ଜୀବନ ନେଲା ମା’

42

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ପାଣିରେ ବୁଡ଼ାଇ ଦୁଇ ଶିଶୁଙ୍କ ଜୀବନ ନେଲା ମା’। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମ୍ବରାରେ । ପାରିବାରିକ କଳହ ଯୋଗୁଁ ଦୁଇ ଶିଶୁକୁ ମା’ ହତ୍ୟା କରିଥିବା ସୂଚନା ମିଳିଛି । ମହିଳା ଜଣକ ହେଉଛନ୍ତି ବାମ୍ବରା ବ୍ଲକ୍ ଜେଇଙ୍କ ସ୍ତ୍ରୀ । ମୃତ ଶିଶୁଙ୍କ ମଧ୍ୟରେ ଜଣେ ଶିଶୁର ବୟସ ୩ ବର୍ଷ ହୋଇଥିବା ବେଳେ ଆଉ ଜଣେ ଶିଶୁର ବୟସ ମାତ୍ର ୨ ମାସ । ଦୁଇ ଶିଶୁଙ୍କୁ ମାରିବା ପରେ ମା’ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ତେବେ ପୋଲିସ ତାଂକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।