୨୦୨୩ରେ ନିର୍ବାଚନ ହେଲେ କେଉଁ ରାଜ୍ୟରେ କାହାକୁ ମିଳିବ ଫାଇଦା ? କେଉଁ ରାଜ୍ୟରେ ଆଗରେ ରହିବ ଏନଡିଏ? କେଉଁ ରାଜ୍ୟରେ ବଢିବ ୟୁପିଏର ଆସନ ସଂଖ୍ୟା ?

287

କନକ ବ୍ୟୁରୋ : ଦେଶରେ ଏବେ ନିର୍ବାଚନ ହେଲେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ କେଉଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଣ୍ଟକୁnda ଫାଇଦା ମିଳିବ । ଇଣ୍ଡିଆ ଟୁଡେ ସି-ଭୋଟରର ମୁଡ ଅଫ ନେସନ ସର୍ଭେରେ ପୁଣି ଏନଡିଏ ସରକାର ଫେରିବା ସଙ୍କେତ ଦେଇଛନ୍ତି ଜନତା । ଦେଶରେ ଏବେ ନିର୍ବାଚନ ହେଲେ କେଉଁ ଦଳ କେତେ ଆସନ ପାଇବ ତାଉପରେ ଜନତାଙ୍କ ମତ ନିଆଯାଇଥିଲା ।

ଆଉ ଇଣ୍ଡିଆଟୁଡେ- ସିଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ୨୯୮ ଆସନ, ୟୁପିଏକୁ ୧୫୩ ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିବ । ସେହିପରି ୨୦୨୩ରେ ନିର୍ବାଚନ ହେଲେ କେଉଁ ଦଳ କେତେ ପ୍ରତିଶତ ଭୋଟ ପାଇବ ତାଉପରେ ନଜର ପକାନ୍ତୁ । ଏନଡିଏକୁ ୪୩ ପ୍ରତିଶତ ଭୋଟ ମିଳିବ, ସେହିପରି ୟୁପିଏକୁ ୨୯ ପ୍ରତିଶତ ଓ ଅନ୍ୟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବା ସମ୍ଭାବନା ରହିଛି ।

ଅନ୍ୟପଟେ ଆଜି ଭୋଟ ହେଲେ କାହାକୁ କେତେ ଆସନ ମିଳିବ ପ୍ରଶ୍ନରେ ଲୋକଙ୍କ ମତ ଅନୁସାରେ, ବିଜେପିିକୁ ୨୮୪ ଆସନ, କଂଗ୍ରେସକୁ ୬୮ ଆସନ ଓ ଅନ୍ୟଦଳକୁ ୧୯୧ ଆସନ ମିଳିବା ସମ୍ଭାବନା ରହିଛି । ସେହିପରି ଆଜି ଭୋଟ ହେଲେ ବିଜେପିକୁ ୩୯ ପ୍ରତିଶତ ଭୋଟ, କଂଗ୍ରେସକୁ ୨୨ ପ୍ରତିଶତ ଓ ଅନ୍ୟ ଦଳକୁ ୩୯ ପ୍ରତିଶତ ଭୋଟ ସେୟାର ମିଳିବା ଆକଳନ କରିଛି ଇଣ୍ଡିଆଟୁଡେ-ସିଭୋଟର ।

ଆଗାମୀ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏକୁ ଫାଇଦା ମିଳିବ । ଏନେଇ ଇଣ୍ଡିଆ ଟୁଡେ- ସି- ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡଏକୁ ଆସାମ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିବ । ସେହିପରି ୟୁପିଏକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାରରେ ଅଧିକ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

୨୦୨୩ ନିର୍ବାଚନରେ ଏନଡିଏକୁ କେଉଁ ରାଜ୍ୟରେ ମିଳିବ ଫାଇଦା ?

ଆସାମ- ୧୨ ଆସନ ( ୨୦୧୯ରେ ମିଳିଥିଲା ୯ ଆସନ )
ତେଲେଙ୍ଗାନା – ୬ ଆସନ – ( ୨୦୧୯ରେ ମିଳିଥିଲା ୪ ଆସନ)
ପଶ୍ଚିମବଙ୍ଗ – ୨୦ ଆସନ – ( ୨୦୧୯ରେ ମିଳିଥିଲା ୧୮ ଆସନ)
ଉତରପ୍ରଦେଶ- ୭୦ ଆସନ – ( ୨୦୧୯ରେ ମିଳିଥିଲା ୬୪ ଆସନ)

୨୦୨୩ ନିର୍ବାଚନରେ ୟୁପିଏକୁ କେଉଁ ରାଜ୍ୟରେ ମିଳିବ ଫାଇଦା ?

କର୍ଣ୍ଣାଟକ – ୧୭ ଆସନ ( ୨୦୧୯ରେ ମିଳିଥିଲା ୨ଟି ଆସନ)
ମହାରାଷ୍ଟ୍ର -୩୪ ଆସନ ( ୨୦୧୯ରେ ମିଳିଥିଲା ୬ ଟି ଆସନ)
ବିହାର – ୨୫ ଆସନ ( ୨୦୧୯ରେ ମିଳିଥିଲା ୧ ଆସନ)