ଇଣ୍ଡିଆ ଟୁଡେ ସିଭୋଟର ସର୍ଭେ ରିପୋର୍ଟ : କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

396

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ? ଏହି ପ୍ରଶ୍ନର ଉତ୍ତରରେ ଅଧିକ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏହାପରେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ କିଛି ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି । ଇଣ୍ଡିଆ ଟୁଡେ ସିଭୋଟର ସର୍ଭେ ରିପୋର୍ଟ ଅନୁସାରେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ବାଛିଛନ୍ତି । ସେହିପରି ୧୪ପ୍ରତିଶତ ଲୋକ ରାହୁଲ ଗାନ୍ଧୀ ସପକ୍ଷରେ ମତ ଦେଇଛନ୍ତି । ୫ ପ୍ରତିଶତ ଲୋକ ଅରବିନ୍ଦ କେଜ୍ରିୱାଲ ଓ ୩ ପ୍ରତିଶତ ଲୋକ ଅମିତ ଶାହାଙ୍କ ସପକ୍ଷରେ ମତ ଦେଇଛନ୍ତି ।