ଦିବ୍ୟାଙ୍ଗଙ୍କୁ ଛାଡିଲେନି ଲୁଟେରା : ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟିଲେ

87

କନକ ବ୍ୟୁରୋ : ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ଡରାଇ ଧମକାଇ କଲେ ଲୁଟ୍ । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା । ବାସୁଦେବ ସାହୁ ଜଣେ ଦିବ୍ୟାଙ୍ଗ ହୋଇଥିଲେ ପରିବାର ଚଳାଇବା ପାଇଁ ଗାଁ ପାଖ ରାସ୍ତା କଡ଼ରେ ଦୋକାନ ଦେଇ ପରିବାର ଚଳାଉଥିଲେ । ଆଜି ପାହାନ୍ତିଆରୁ ଦୁର୍ବୃତ୍ତ ତାଙ୍କ ଦୋକାନ ପାଖରେ ଥିବା ଘରେ ପଶି ବନ୍ଧୁକ, ଧାରୁଆ ଅସ୍ତ୍ର ଦେଖାଇ ଜୋରଜବରଦସ୍ତ ବାସୁଙ୍କ ପତ୍ନୀଙ୍କ ଠାରୁ ପିନ୍ଧିଥିବା କାନଫୁଲ, ପାଉଁଜି ଲୁଟି ନେଇଥିଲେ ଲୁଟେରା । ଏନେଇ ଥାନାରେ ବାସୁଙ୍କ ପୁଅ ଅଭିଯୋଗ କରିଛନ୍ତି ।