କନକ ବ୍ୟୁରୋ : ଶ୍ରମିକଙ୍କ ସହ କାମ କଲେ ବିଡିଓ । ଶ୍ରମିକ ମାନଙ୍କୁ କାମରେ ଉତ୍ସାହିତ କରିବାକୁ ଶ୍ରମିକଙ୍କ ସହ ସାମିଲ ହୋଇ ନିଜେ ମାଟି ହାଣି ମୁଣ୍ଡରେ ଉଠାଇଲେ ବିଡ଼ିଓ । ସମ୍ବଲପୁର ଯୁଯୁମରା ବ୍ଲକ ବିଡିଓ ନୀଳାମ୍ବର ମହାନନ୍ଦଙ୍କ ଏହି ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପ୍ରତିଦିନ କାମ କରୁଥିବା ଏହି ଶ୍ରମିକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ସମସ୍ତଙ୍କ ଆଗୋଚରରେ ରହିଯାଉଥିଲା । ହେଲେ ଏବେ ସେମାନ କାମ କରୁଥିବା ଜାଗାରେ ନିଜେ ପହଞ୍ଚି କାମ ତଦାରଖ କରିବା ସହିତ ଶ୍ରମିକଙ୍କ ସହିତ ନିଜେ କାମ କରିଛନ୍ତି ବିଡ଼ିଓ ।

Kanak News is now on WhatsApp
Join and get latest news updates delivered to you via WhatsApp
ମନରେଗା ଯୋଜନାରେ ପୋଖରୀ କାମ ଚାଲିଥିବା ବେଳେ ବିଡିଓଙ୍କ ଉପସ୍ଥିତି ନେଇ ଶ୍ରମିକ ମାନେ ବି ଖୁସି ଜାହିର କରିବା ସହିତ ନିଜ ସମସ୍ୟା ଜଣାଇଥିଲେ । ସେମାନଙ୍କର ପାରିଶ୍ରମିକ ସହ ଅନ୍ରାନ ସମସ୍ୟା ଖୁବଶୀଘ୍ର ସମାଧାନ କରିବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ତେବେ ଗାଁ ଗହଳିରେ ଦାଦନ ସମସ୍ୟା ରୋକିବା ସହ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ପ୍ରୟାସ କରିଛନ୍ତି ବିଡିଓନୀଳାମ୍ବର ମହାନନ୍ଦ । ଆଉ ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।