ଆଉ ଏକ ଆଇପିଏଲ ଖେଳିବେ ଧୋନୀ ! ଦଳ ଚାମ୍ପିଅନ ହେବା ପରେ ଅବସର ନେବା ପ୍ରଶ୍ନର ରଖିଲେ ଉତ୍ତର

946

କନକ ବ୍ୟୁରୋ : ପୁଣି ଥରେ ଆଇପିଏଲ୍ ଖେଳିବେ କି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲ୍ ଟାଇଟଲ ଜିତିବା ପୂର୍ବରୁ ଏନେଇ ଅନେକ ଚର୍ଚ୍ଚା ହେଉଥିଲା । ଦଳ ଚାମ୍ପିଅନ୍ ହେବା ପରେ ଅବସର ନେବା ପ୍ରଶ୍ନର ଉତ୍ତର ରଖିଛନ୍ତି ଧୋନୀ । କହିଛନ୍ତି, ସେ ଏବେ ଅବସର ନେଉନାହାନ୍ତି ।

ଦର୍ଶକଙ୍କ ଉତ୍ସାହକୁ ନଜରରେ ରଖି ସେମାନଙ୍କୁ ଉପହାର ଦେବା ପାଇଁ ଆସନ୍ତା ସିଜିନରେ ଖେଳିବେ । ଚେନ୍ନାଇର ପ୍ରଶଂସକମାନେ ଯେଉଁ ଉତ୍ସାହ ଦେଖାଇଛନ୍ତି, ସେମାନଙ୍କ ପାଇଁ କିଛି କରିବା ଆବଶ୍ୟକ । ଏହା ସହ ସେ କହିଛନ୍ତି, ଯଦି ବର୍ତମାନର ସ୍ଥିତିକୁ ଦେଖାଯାଏ ତେବେ ଅବସର ନେବାର ଏହା ହେଉଛି ସଠିକ୍ ସମୟ । ହେଲେ ଆସନ୍ତା ୯ ମାସ ପର୍ଯ୍ୟନ୍ତ ଅନେକ ପରିଶ୍ରମ କରି ଫେରିବା ଓ ଆଉ ଏକ ସିଜିନ୍ ଖେଳିବା ତାଙ୍କ ପାଇଁ ବେଶ୍ କଷ୍ଟକର ବୋଲି କହିଛନ୍ତି ଧୋନୀ ।

– ମହେନ୍ଦ୍ର ସିଂହ ଧୋନୀ ୨୫୦ ତମ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି
– ଏପରି କରିବାରେ ଧୋନୀ ପ୍ରଥମ ଓ ଏକମାତ୍ର ଖେଳାଳି
– ସବୁଠୁ ଅଧିକ ୨୨୬ ମ୍ୟାଚରେ ସେ ନେତୃତ୍ୱ ନେଇଛନ୍ତି
– ଦୁଇଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ଧୋନୀ
– ୧୪ଟି ସିଜିନ୍ରେ ଧୋନୀ ସିଏସକେ ଜର୍ସିରେ ଖେଳିଛନ୍ତି
– ୨୦୧୬ ଓ ୨୦୧୭ରେ ରାଇଜିଂ ପୁନେ ସୁପର ଜାଏଣ୍ଟସ୍ ପାଇଁ ଖେଳିଛନ୍ତି
– ଧୋନୀଙ୍କ ନେତୃତ୍ୱରେ ୫ ଥର ଆଇପିଏଲ୍ ଟ୍ରପି ଜିତିଛି ଚେନ୍ନାଇ ସୁପରକିଙ୍ଗସ୍