ଆସିଲା ପୂର୍ଣ୍ଣାଙ୍ଗ ବଜେଟ୍ । ମୋଦୀ କହିଲେ, ଦେଶର ବିକାଶରେ ମୂଳଦୁଆ ସାଜିବ ଏ ବଜେଟ୍ । ନୂଆ ସଙ୍କଳ୍ପ ନେଇ ଆଗକୁ ବଢିବ ଦେଶ ।

205

କନକ ବ୍ୟୁରୋ: ପୂର୍ଣ୍ଣାଙ୍ଗ ବଜେଟ ଆସିଛି । ସାଥିରେ ଆଣିଛି ନୂଆ ସମ୍ଭାବନା । କିଛି ଆଶା ପୂରା ହୋଇଛି କିଛି ବାକି ରହିଛି । ସେପଟେ ସବୁ ବର୍ଗର ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟି ରଖି ସରକାର ବଜେଟ ଆଣିଥିବା କହୁଛନ୍ତି । ବଜେଟ ଉପସ୍ଥାପନ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି ଅମୃତ କାଳର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଯାହା ଦେଶର ବିକାଶ ନିର୍ମାଣ ପାଇଁ ଏକ ମଜବୁତ ମୁଳଦୂଆ ସାଜିବ । ନୂଆ ବଜେଟରେ ନୂଆ ସଂକଳ୍ପକୁ ନେଇ ଆଗକୁ ବଢିବ ଦେଶ । ଭାରତ ୨୦୪୭ ସୁଦ୍ଧା ସମୃଦ୍ଧ, ସମର୍ଥ, ସଶକ୍ତ ଦେଶରେ ପରିଣତ ହେବ । ଏହି ବଜେଟ ଗରିବ, ମଧ୍ୟ ବର୍ଗ ଓ ଚାଷୀଙ୍କ ସହିତ ସବୁ ବର୍ଗ ସମାଜର ସ୍ୱପ୍ନକୁ ପୂରା କରିବ ।

ମୋଦି କହିଛନ୍ତିି ମହିଳାଙ୍କ ଜୀବନକୁ ଅଧିକରୁ ଅଧିକ ସରଳ କରିବା ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ଜୀବନର ସବୁ କ୍ଷେତ୍ରରେ ମଧ୍ୟମ ବର୍ଗର ଲୋକ ଏକ ମୁଖ୍ୟ ଧାରା ଅଟନ୍ତି । ସମୃଦ୍ଧ ଓ ବିକଶିତ ଭାରତର ସ୍ୱପ୍ନ ପୂରା ପାଇଁ ମଧ୍ୟମ ବର୍ଗ ଏକ ବୃହତ ମାଧ୍ୟମ ଅଟନ୍ତି । ତେଣୁ ଏମାନଙ୍କ ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ଟିକର ରିହାତି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟ ଉପସ୍ଥାପନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ ଓ ପୂରା ଟିମକୁ ଶୁଭେଚ୍ଛା ଜଣାଇନ୍ତି ପ୍ରଧାନମନ୍ତ୍ରୀ ।