ବିଶାଳ ରୋଡ ସୋ’ରେ ନାମାଙ୍କନ ଭରିବାକୁ ଗଲେ ସମ୍ବିତ ପାତ୍ର । ସାଥୀରେ ଅଛନ୍ତି ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

1,366

କନକ ବ୍ୟୁରୋ: ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଗଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ସୋ’ କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ସମ୍ବିତ ପାତ୍ର । ସାଥୀରେ ଗଲେ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଆଶ୍ରିତ ପଟ୍ଟନାୟକ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । ପୁରୀ ଉତରା ଛକ ମା’ ଦୁଲାଦେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସେହିପରି ବିଜେଡି ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମା ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । କଣାସ ବ୍ଲକର ମା’ କୁଜେଶ୍ୱରୀ ପୀଠ, ପଞ୍ଚଶଖା ପୀଠ ଓ ସାକ୍ଷୀଗୋପାଳଙ୍କଠାରୁ ଆଶୀର୍ବାଦ ନେଇ ହଜାର ହଜାର ସମର୍ଥକଙ୍କ ସହ ପୁରୀ ଅଭିମୁଖେ ବାହାରିଛନ୍ତି ସଞ୍ଜୟ ଦାସବର୍ମା ।