କନକ ନ୍ୟୁଜର ‘ଦି ହେଲଥ କନକ୍ଲେଭ-୨୦୨୩’ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଆହ୍ୱାନ । ଯୋଗଦେଲେ ଦେଶର ସୁନାମଧନ୍ୟ ଡାକ୍ତର ରଣଦୀପ ଗୁଲେରିଆ

70

କନକ ନ୍ୟୁଜର ‘ଦି ହେଲଥ କନକ୍ଲେଭ-୨୦୨୩’ରେ ଯୋଗ ଦେଇଛନ୍ତି ଦେଶର ସୁନାମଧନ୍ୟ ଡାକ୍ତର ରଣଦୀପ ଗୁଲେରିଆ । କୋଭିଡ ସମୟରେ ଦେଶକୁ ମହାମାରୀ ସମ୍ପର୍କରେ ସଚେତନ କରୁଥିବା ଡାକ୍ତର ଗୁଲେରିଆ ନିଜର ସୁଚିନ୍ତିତ ମତାମତ ଦେଇଛନ୍ତି । ଏହାସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଆହ୍ୱାନ ଓ ତାକୁ କିଭଳି ସାମ୍ନା କରିବାକୁ ହେବ ସେ ସମ୍ପର୍କରେ ରାଜ୍ୟର ପ୍ରମୁଖ ଚିକିତ୍ସାବିତ ନିଜର ମତ ରଖିଛନ୍ତି ।

  • ହେଲଥ କନକ୍ଲେଭରେ ଡକ୍ଟର ଗୁଲେରିଆ
  • ସ୍ୱାସ୍ଥ୍ୟ ସମ୍ପର୍କରେ ରଖିଲେ ସୁଚିନ୍ତିତ ମତାମତ

ହେଲଥ୍ କନକ୍ଳେଭରେ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଗୁଲେରିଆ ଦେଶର ଜଣେ ଜଣାଶୁଣା ଡାକ୍ତର । କେଭିଡ ସମୟରେ ଦେଶକୁ ମହାମାରୀ ସମ୍ପର୍କରେ ସଚେତନ କରୁଥିଲେ । ଜନସଚେତନା କାର୍ଯ୍ୟକ୍ରମର ନେତୃତ୍ୱ ବି ନେଇଥିଲେ । ଗୁଲେରିଆଙ୍କ ସହ ବାର୍ତାଳାପ କରିଥିଲେ ସ୍କିଲ ଡେଭେଲପମେଣ୍ଟ କର୍ପୋରେସନର ଚେୟାରମ୍ୟାନ ସୁବ୍ରତ ବାଗଚୀ । ଆଲୋଚନା ସମୟରେ ଗୁଲେରିଆ ଅନେକ ସୁଚିନ୍ତିତ ମତାମତ ଦେଇଥିଲେ ।

ଦି ହେଲଥ କନକ୍ଳେଭରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଆହ୍ୱାନ ଓ ତାକୁ କିଭଳି ସାମ୍ନା କରିବାକୁ ହେବ ସେ ସମ୍ପର୍କରେ ରାଜ୍ୟ ତଥାର ପ୍ରମୁଖ ଚିକିତ୍ସାବିତ ନିଜର ମତ ରଖିଥିଲେ । ରାଜ୍ୟର ଅନେକ ଅଭିଜ୍ଞ ଡାକ୍ତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଜଟିଳ ରୋଗର କାରଣ ଓ ନିରାକରଣ, ଟେକ୍ନୋଲୋଜି ଦ୍ୱାରା କିଭଳି ଚେହେରା ବଦଳାଯାଇପାରୁଛି, ଲିଭର ସମସ୍ୟା ଓ ଏହାର ସମାଧାନ ଓ ସୁସ୍ଥ ରହିବାର ସୁତ୍ର ଭଳି ଅନେକ ବିଷୟରେ କନକ୍ଳେଭରେ ଆଲୋଚନା କରାଯାଇଛି । କ୍ୟାନସର ଉପରେ ବି ଡାକ୍ତରମାନେ ମତାମତ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ ଦି ହେଲଥ କନକ୍ଲେଭ-୨୦୨୩ର ଆୟୋଜନ କରାଯାଇଥିଲା ।