ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ : ସାମ୍ନାକୁ ଆସିଲା ଚୋରି ସମୟର ସିସିଟିଭ ଚିତ୍ର

135

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଡ଼ାକାୟତି । ସାମ୍ନାକୁ ଆସିଲା ଚୋରି ସମୟର ସିସିଟିଭ ଚିତ୍ର । ଆଠଗଡ଼ ତିଗିରିଆ ଥାନା ପଂଚଗାଁ ଜଗା ବଳିଆ ପେଟ୍ରୋଲ ପମ୍ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତିନି ଜଣ ଦୁର୍ବୃତ ଏକ ବାଇକରେ ଆସି ପେଟ୍ରୋଲ ପକାଇବା ସହ ଟାଙ୍କି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଟଙ୍କା ବ୍ୟାଗଟିକୁ ଛଡ଼ାଇନେଇଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ପରେ ସେ ଭୟଭୀତ ହୋଇପଡ଼ିଥିଲେ । ଆଉ ଟଙ୍କା ବ୍ୟାଗ୍ ଛଡ଼ାଇ ନେବା ବଳେ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ କିଛି ପ୍ରତିବାଦ ମଧ୍ୟ କରିନଥିଲେ । ଯାହାର ଚିତ୍ର ସିସିଟିଭିରେ ଦେଖିବାକୁ ମିଳିଛି । ଗତ କିଛି ଦିନ ହେଲା ଆଠଗଡ଼ ତିଗିରିଆ ଅଂଚଳରେ ସକ୍ରିୟ ହୋଇଛନ୍ତି ଲୁଟେରା । ଆଉ ପୋଲିସର ନିସ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।