ପଶ୍ଚିମ ଓଡ଼ିଶା ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି : ୫ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି ଜଷ୍ଟିସ୍ ଏସ୍ . ମୁରଲୀଧରନ୍

170

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶା ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧରଙ୍କ ୫ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି । ଜିଲ୍ଲା ଜର୍ଜକୋର୍ଟ ରେ ବିଚାରପତି ମାନଙ୍କ ସହିତ ଆଲେଚନା କରିବା ସହିତ କୋର୍ଟ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ଟ୍ରେନ ଯୋଗେ ମୁଖ୍ୟବିଚାରପତି ଝାରସୁଗୁଡା ପହଚିଂବା ପରେ ଏକ ସ୍ୱତନ୍ତ୍ର କାର ଯୋଗେ ସୁନ୍ଦରଗଡ କୋର୍ଟକୁ ପହଚିଂଥିଲେ ସେଠାରେ ଜିଲ୍ଲା ଜର୍ଜ କୋର୍ଟର ବିଚାରପତିମାନେ ତାଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ଜଜ୍ ଓ ଅନ୍ୟ ବିଚାରପତିମାନଙ୍କ ସହ ଵିଭିନ୍ନ ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ମାମଲାଗୁଡିକର ଶୁଣାଣି ପ୍ରକ୍ରିୟା ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ଏହାପରେ ଜିଲ୍ଲା ଓକିଲ ସଂଘର ଅନୁରୋଧକ୍ରମେ ଜଷ୍ଟିସ ଡ. ମୁରଲୀଧର କୋର୍ଟ ପରିସରରେ ଥିବା ସଂଘ କାର୍ଯ୍ୟାନୟକୁ ଯାଇ ଓକିଲମାନଙ୍କ ସହ ଭାବ ବିନିମୟ କରିଥିଲେ । ବିଚାରପତି ଓ ଓକିଲମାନଙ୍କ ସମ୍ପର୍କ କିପରି ରହିବା ଉଚିତ, ବିଚାର ପ୍ରକ୍ରିୟାରେ ଓକିଲମାନଙ୍କ ବଳିଷ୍ଠ ଭୂମିକା ଓ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଉପରେ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ସମୟରେରେ ଓକିଲ ସଂଘ ସଭାପତି ସୁକାନ୍ତ ମହାପାତ୍ର, ସମ୍ପାଦକ ଅଶୋକ ସ୍ବାଇଁ, ଉପସଭାପତି ନରେଶ ନାଏକ, ଯୁଗ୍ମ ସମ୍ପାଦକ ପ୍ରଣଵ କୁମାର ହାତୀ, ବରିଷ୍ଠ ଆଇନଜୀଵୀ ନିମାଇଁ ଚରଣ ନାଏକ, ଅଶୋକ ଦାଶ ଏବଂ କିଶୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।