ରାଜ୍ୟରେ ଉପରମୁହାଁ ତାତି । ଆଜି ପାରା ୪୦ଡିଗ୍ରୀ ଛୁଇଁବା ଆଶଙ୍କା ।

155

କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ତାତି । ଆଜି ୪୦ ଡିଗ୍ରୀ ଛୁଇଁବା ଆଶଙ୍କା । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଆକଳନ । ୫ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରେକର୍ଡ । ୩୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ସହ

ପାରଳାଖେମୁଣ୍ଡି ଗତକାଲି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଥିଲା । ସେହିପରି ବୌଦ୍ଧ ଦ୍ୱିତୀୟ ଉତପ୍ତ ତାପମାତ୍ରା ଭାବେ ୩୯ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ୩୯ ଦଶମିକ ୨ ଡିଗ୍ରୀ, ନୟାଗଡ଼ ୩୯ ଦଶମିକ ୨ ଡିଗ୍ରର ଏବଂ ଭବାନୀପାଟଣାର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୧୦ରୁ ଅଧିକ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି । ତେବେ ଆଜି ଭୁବନେଶ୍ୱରର ତାପମାତ୍ରା ୩୭ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ଥିବା ଆଂଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।