ବିଜେପି ଛାଡ଼ିଲେ ପ୍ରକାଶ ବେହେରା । କଟକ ଜିଲ୍ଲା ବିଜେପି ସଭାପତି ପଦରୁ ଦେଲେ ଇସ୍ତଫା ।

1,145

କନକ ବ୍ୟୁରୋ: ବିଜେପି ଛାଡିଲେ ପ୍ରକାଶ ବେହେରା । କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

୨୦୧୪ରେ ସେ ସାଲେପୁରରୁ କଂଗ୍ରେସ ବିଧାୟକ ହୋଇଥିଲେ । ଏହା ପରେ ୨୦୧୯ ମସିହାରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ଦଳ ସାଲେପୁର ପାଇଁ ପ୍ରକାଶ ବେହେରାଙ୍କୁ ଟିକେଟ୍ ଦେଇଥିଲା । ହେଲେ ସେ ସାଲେପୁର ଆସନରୁ ପରାସ୍ତ ହୋଇଥିଲେ । ଏହା ପରେ ବିଜେପି ପ୍ରକାଶ ବେହେରାଙ୍କୁ କଟକ ଜିଲ୍ଲା ସଭାପତି କରିଥିଲେ । ହେଲେ ଏବେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଆଗକୁ ସେ ବିଜେଡିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।