ଯୌତୁକ ନିର୍ଯ୍ୟାତନା ଅଭିଯୋଗର ତଦନ୍ତ କରିବାକୁ ଯାଇଥିଲେ । ହରିଣ ଚମଡା ସହ ମିଳିଲା ୫ ଏୟାର ଗନ, ବାଉଁଶ ତୀର କାଠି ।

214

କନକ ବ୍ୟୁରୋ: ଆଳୁ ଖୋଳୁ ଖୋଳୁ ମିଳିଲା ମହାଦେବ । ଯୌତୁକ ନିର୍ଯ୍ୟାତନା ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ବେଳେ ବାଲେଶ୍ୱର ପୁଲିସକୁ ମିଳିଛି ବଡ଼ ସଫଳତା । ଟାଉନ ଥାନା ପୁଲିସ ପକ୍ଷରୁ ବାରବାଟି ଅଞ୍ଚଳରେ ଚଢାଉ କରି ଦୁଇଟି ହରିଣ ଚମଡା ସହ ୫ଟି ଏୟାର ଗନ, ବାଉଁଶ ତୀର କାଠି ଜବତ କରିଛି । ଶୀକାର କରିବା ଉଦେଶ୍ୟରେ ଏହି ବନ୍ଧୁକଗୁଡିକୁ ଘରେ ରଖଥିଲେ ମୁକ୍ତିକାନ୍ତ ରଣା । ତାଙ୍କୁ ପୁଲିସ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।