ଟ୍ରକ୍ ଧକ୍କାରେ ପୋଖରୀକୁ ଓଲଟିଲା ଟ୍ରାକ୍ଟର: ୧୦ମୃତ, ୩୫ ଗୁରୁତର

217

କନକ ବ୍ୟୁରୋ: ଲକ୍ଷ୍ନୌ ଇଟୌଜାରେ ଭୟାବହ ଦୁର୍ଘଟଣା । ଟ୍ରାକ୍ଟରକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ଏକ ପୋଖରୀକୁ ଟ୍ରାକ୍ଟର ଓଲଟିଯିବାରୁ ଘଟଣାସ୍ଥଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ୩୫ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ, ସ୍ଥାନୀୟ ପୋଲିସ ଓ ଏସଡିଆରଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବିଭିନ୍ନ ହସ୍ପିଟାଲକୁ ପଠାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛିଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ପୋଲିସର କହିବା ଅନୁସାରେ, ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଇଟୌଜା ଅଞ୍ଚଳ ଅନ୍ତର୍ଗତ ଟିକୌଲି ଗାଁର । ଏମାନେ ସମସ୍ତେ ଟ୍ରାକ୍ଟର ଟ୍ରଲିରେ ବସି ଉନାଇ ଗାଁରେ ଥିବା ଏକ ପ୍ରାଚୀନ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ । ହେଲେ ବାଟରେ ଜଗିଥିଲା ମୃତ୍ୟୁ । ଟ୍ରାକ୍ଟର ଧକ୍କାରେ ସେମାନେ ବସିଥିବା ଟ୍ରାକ୍ଟର ରାସ୍ତା କଡର ଏକ ଗଭୀର ପୋଖରୀ ଭିତରକୁ ପଲଟିଯାଇଥିଲା । ଫଳରେ ପାଣିରେ ବୁଡି ୧୦ଜଣ ପ୍ରାଣ କରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ  ଲେଖାଏଁ ଟଙ୍କା ସହାୟତା ଘୋଷଣା କରିଛନ୍ତି ।