ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଥଟଣା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

102

କନକ ବ୍ୟୁରୋ: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରଥଟଣା ଦେଖିବାକୁ ରାଜଧାନୀ ରାଜରାସ୍ତାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ଶୃଙ୍ଖଳିତ ରଥଟଣା ପାଇଁ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି । ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ଗଠନ ହୋଇଛି । ରଥରୋଡ଼ରେ କୌଣସି ଗାଡ଼ି ଯାଇପାରିବନି, ଏହାସହ ମାଉସୀମା’ ଛକରୁ ଗାଡ଼ିକୁ ଡାଇର୍ଭଟ କରାଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁତୟନ ୧୨ ପ୍ଲାଟୁନ ଫୋର୍ସ, ୨ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସପି, ୧୫ ଜଣ ଇନିସପେକ୍ଟର ମୁତୟନ ହୋଇଛନ୍ତି । ଏହାସହ ୫୦ରୁ ଅଧିକ ସବଇନିସପେକ୍ଟର ଓ ଏଏସଆଥ ଲବଂ ଟ୍ରାଫିକ୍ ଅଧିକାର ନିୟୋଜିତ ଅଛନ୍ତି । ସେପଟେ ଖରା ଓ ହିଟୱେଭକୁ ଆଖିରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ଦେଖିବାକୁ ଦୂର ଦୂରାନ୍ତରୁ ଆସିଛନ୍ତି ଭକ୍ତ ।