୨୫ ହଜାରରୁ ୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ପ୍ରତି ନିର୍ବାଚନରେ କିଭଳି ବଢୁଛି ଆଶାୟୀ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

200

କନକ ବ୍ୟୁରୋ : ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ଅର୍ଥାଭାବ ଯୋଗୁଁ ନିର୍ବାଚନରେ ସାମିଲ ହୋଇ ପାରିବେ ନାହିଁ ବୋଲି କହିଛନ୍ତି । ହେଲେ ଏ ନେଇ ନିର୍ମଳାଙ୍କର ବିଗତ ଦିନର କିଛି ତଥ୍ୟ ସାମ୍ନାକୁ ଆସିଛି । ୨୦୧୯ ବର୍ଷ ବେଳକୁ ନିମର୍ଳାଙ୍କ ପାଖରେ ମୋଟାମୋଟି ଭାବେ ଦୁଇ କୋଟିର ସମ୍ପତ୍ତି ରହିଥିବା ସେ ଜଣାଇ ଥିଲେ । ହେଲେ ଆଜି ସେ ନିର୍ବାଚନ ଲଢିବାକୁ ଆର୍ଥକ ଭାବେ ଅକ୍ଷମ ।

ନିର୍ବାଚନୀ ପ୍ରଚାର ପାଇଁ ପ୍ରତ୍ୟେକ ଲୋକସଭା ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କା ଚୂଡାନ୍ତ ଥିବା ବେଳେ ବିଧାନ ସଭା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୪୦ ଲକ୍ଷ ରହିଛି । ଅଲ୍ପ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରଶାସିତ ଅଂଚଳରେ ସାଂସଦ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୭୫ ଲକ୍ଷ ଥିବା ବେଳେ ବିଧାୟକ ମାନଙ୍କ ପାଇଁ ୨୮ ଲକ୍ଷ ରହିଛି । ପ୍ରାଥମିକ ଭାବେ ଏହି ଖର୍ଚ୍ଚ ସୀମା ୨୫ ହଜାର ଥିବା ବେଳେ ପ୍ରତିଥର ନିର୍ବାଚନ ହେବା ସହ ଏହାର ସୀମା ବୃଦ୍ଧିପାଇ ଆଜି ୯୫ ଲକ୍ଷ ଟଙ୍କାରେ ଯାଏଁ ପହଂଚିଲାଣି ।

ରାଜନୈତିକ ଦଳ ମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚର କୌଣସି ସୀମା ନଥିବା ବେଳେ ବ୍ୟକ୍ତି ବିଶେଷ ଅନୁଯାୟୀ ଖର୍ଚ୍ଚର ସୀମା ଧାର୍ଯ୍ୟ କରା ଯାଇଛି । କିନ୍ତୁ ଦେଖିବାକୁ ଗଲେ ପ୍ରକୃତରେ ପ୍ରାର୍ଥୀ ମାନେ ଅଣ ଆନୁଷ୍ଠାନିକ ଭାବେ ନିଜ ଖର୍ଚ୍ଚ ଉଠାଇଥାନ୍ତି ଯେଉଁ କଥା କାହକୁ ଅଛପା ନାହିଁ ।

ଆଗରୁ ନିର୍ବାଚନୀ ଖର୍ଚ୍ଚ କମ ଥିବା ବେଳେ ୨୦୧୪ରେ ଆସିଥିଲା ପରିବର୍ତ୍ତନ । ୧୯୯୬ ମସିହାରେ ଖର୍ଚ୍ଚ ସୀମା ୧.୫ ଲକ୍ଷକୁ ବଢା ଯାଇଥିଲା । ୧୯୯୮ରେ ୧୫ ଲକ୍ଷରୁ ଆରମ୍ଭ କରି ୨୦୧୪ରେ ଏହି ସୀମା ବଢାଇ ୭୦ ଲକ୍ଷ କରାଯାଇଥିଲା ।

ଦିନକୁ ଦିନ ବଜାର ଦର ବୃଦ୍ଧି ହେଉଛି ଏହି ଅର୍ଥରାଶି ବଢିବାର ମୁଖ୍ୟ କାରଣ । ରାଜନୈତିକ ଦଳ ମାନଙ୍କୁ ସବୁ ଖର୍ଚ୍ଚ ଚିଠା ୯୦ ଦିନ ଭିତରେ ନିର୍ବାଚନ ଆୟୋଗକୁ ଦେବାକୁ ପଡିଥାଏ କିନ୍ତୁ ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଶେଷ ହେବାର ୩୦ ଦିନ ମଧ୍ୟରେ ଚିଠା ଦେବାକୁ ପଡିଥାଏ ।